Odisha news

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

0
ଭୁବନେଶ୍ୱର, ଅକ୍ଟୋବର ୧, ୨୦୨୬: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ଶ୍ରୀ ସୁମିତ ସିଂଘଲ ଆଜି ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କାକିରିଗୁମା ଓ ଲକ୍ଷ୍ମୀପୁର ରୋଡ୍ ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣ ଚାଲିଥିବା କୋରାପୁଟ–ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଅଂଶବିଶେଷ।

କାକିରିଗୁମା (କି.ମି. ୪୫.୮୮୫) ଠାରୁ ଲକ୍ଷ୍ମୀପୁର ରୋଡ୍ (କି.ମି. ୬୧.୧୭୦) ପର୍ଯ୍ୟନ୍ତ ମୋଟ ୧୫.୨୮୫ କିଲୋମିଟର ଦୀର୍ଘ ଏହି ଦୋହରୀକୃତ ରେଳପଥର ରେଳ ସୁରକ୍ଷା କମିଶନର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିଥିଲେ। ଏହି ନିରୀକ୍ଷଣ ସମୟରେ  ସମଗ୍ର ସେକ୍ସନରେ ମୋଟର ଟ୍ରଲି ଯୋଗେ ଯାଞ୍ଚ ସହିତ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ନବନିର୍ମିତ ରେଳ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ଏହି ନିରୀକ୍ଷଣ ନୂତନ ରେଳ ଲାଇନ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ବୈଧାନିକ ପ୍ରକ୍ରିୟାର ଏକ ଅଂଶ।

ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟ, ରାୟଗଡ଼ା ଡିଭିଜନ ଏବଂ ନିର୍ମାଣ ସଂଗଠନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋରାପୁଟ–ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ୟ ହେଉଛି ରେଳପଥର ପରିବହନ କ୍ଷମତା ବୃଦ୍ଧି, ପରିଚାଳନା ଦକ୍ଷତାରେ ଉନ୍ନତି, ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ର ସୁଗମ ଚଳାଚଳ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା।

କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ସେକ୍ସନରେ ଏହି ନିରୀକ୍ଷଣ ଦୋହରୀକରଣ ପ୍ରକଳ୍ପର ଅଗ୍ରଗତି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଅଞ୍ଚଳରେ ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ରେଳ ପରିବହନ କ୍ଷମତା ବୃଦ୍ଧିରେ ସହାୟକ ହେବ।

Nalco
Leave A Reply