Odisha news

ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ: ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଅଭିଜ୍ଞତା ଓ ଅବଦାନକୁ ମିଳିଲା ସ୍ୱୀକୃତି

0
ବାଲିଗୁଡ଼ା, ତା, ୦୧/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଟାଉନ ହଲ୍‌ ପରିସରରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପିଏ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ଏସ୍‌ଏସ୍‌ଏସ୍‌ଓ ଅଧିକାରୀ ମମିତା କୁମାରୀ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ ବନବାସୀ ସେବା ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘର ସନ୍ୟାସୀ ନାୟକ, ଜେବ୍ରାସ ଦିଗାଳ, ନାରାୟଣ ବରାଳ ଓ ପ୍ରତିମା ପୃଷ୍ଟିଙ୍କ ସମେତ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବନବାସୀ ସେବା ସମିତିର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ସମାପନ ସଙ୍ଗୀତ ପରିବେଷଣ କରିଥିଲେ। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା, ସମାଜ ପ୍ରତି ସେମାନଙ୍କ ଅବଦାନ ଓ ସମ୍ମାନଜନକ ଜୀବନ ପାଇଁ ସାମାଜିକ ସହଯୋଗର ଆବଶ୍ୟକତା ଉପରେ ମତପ୍ରକାଶ କରାଯାଇଥିଲା। ଶେଷରେ ବନବାସୀ ସେବା ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply