Odisha news

ଝାରଖଣ୍ଡ ରେ ଛାତ୍ରଙ୍କ ରଣ ହୁଙ୍କାର , ବାରିକେଟ ଭାଙ୍ଗି ବିଧାନସଭା ଆଡକୁ ମାଡି ଚାଲିଲେ ଛାତ୍ର

0

ଝାରଖଣ୍ଡ ର ରାଜଧାନୀ ରାଞ୍ଚିରେ ଗତ ୧୭ ଦିନରୁ ଚାଲିଛି ଛାତ୍ର ଆନ୍ଦୋଳନ, ଏହି ଆନ୍ଦୋଳନ ସେତିକିବେଳେ ତୀଵ୍ରରୂପ ନେଲା ଯେତେବେଳେ ଛାତ୍ରମାନେ ବିଧାନସଭା ଘେରାଉ କରିବା ପାଇଁ ଆଗକୁ ବଢିଲେ, ଅନ୍ୟ ପଟରେ ଭାଜପା ନେତାମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ଘର ଘେରାଉ କଲେ, ଏବଂ ଏହି ସମୟରେ ବାବୁଲାଲ ମାରଣ୍ଡି ଙ୍କ ସମେତ ଅନେକ ଭାଜପା ନେତାଙ୍କୁ ଗିରଫ କରାଯାଇଛି l  ଛତ୍ରମାନେ ବ୍ୟାରିକେଡ଼ ଭାଙ୍ଗି ଆଗକୁ ବଢିଥିଲେ , ଛାତ୍ର ମାନଙ୍କୁ ଅଟକାଇବା ପାଇଁ ୫ଟି ବ୍ୟାରିକେଡ଼ ଲଗାଯାଇ ଥିଲା l ଛାତ୍ର ମାନଙ୍କୁ ଅଟକାଇବା ପାଇଁ ପୋଲିସ ଓ ସୁରକ୍ଷା କର୍ମୀଙ୍କ ପକ୍ଷରୁ ପାଣି ମାଡ଼ କରାଯାଇଥିଲା , କିନ୍ତୁ ତାହା ଛାତ୍ର ମାନଙ୍କୁ ଦୁର୍ବଳ କରିବାରେ ସମ୍ଭବ ହୋଇନଥିଲା l

JPSC ଓ JSSC ରେ ହୋଇଥିବା ଭୁଲ ଯୋଗୁଁ ଆଜି ଝାରଖଣ୍ଡ ଛାତ୍ର ରାସ୍ତାକୁ ଓଲ୍ହାଇ ପ୍ରତିବାଦ ର ସ୍ୱର ଉଠାଇଛନ୍ତି, ଅଗଷ୍ଟ ୯ ତାରିଖରେ ସରକାର ଓ ଛାତ୍ର ଙ୍କ ମଧ୍ୟରେ ଲଗାତାର ତୃତୀୟ ଦିନ ଆଲୋଚନା ହୋଇଥିଲା, ଏହି ବୈଠକ ରେ ଛାତ୍ରଙ୍କ ଦାବି କୁ ନେଇ ଆଲୋଚନା ହୋଇଥିଲା, ହେମନ୍ତ ସରକାର ଛାତ୍ର ମାନଙ୍କର କିଛି ଦାବି କୁ ପୁରଣ କରିବେ ବୋଲି ସହମତି ଦେଇଥିଲେ, କିନ୍ତୁ ଏହି ପରୀକ୍ଷା ଘୋଟାଲା ରେ CBI ଯାଞ୍ଚ ପାଇଁ ପ୍ରତିଶୃତି ଦେଲେନାହିଁ l JPSC ଚେୟାରମ୍ୟାନ ଏବଂ ଅନ୍ୟ ୩ଟି ସଦସ୍ୟଙ୍କ ଇସ୍ତଫା କୁ ରାଜ୍ୟପାଳ ଗ୍ରହଣ କରି ସାରିଛନ୍ତି, କିନ୍ତୁ ଛବି ଯାଞ୍ଚ ର ପ୍ରତିଶୃତି ମିଳିନାହିଁ l

ଯେତେବେଳେ ଛାତ୍ରମାନଙ୍କର ବିଧାନସଭା ଘେରାଉ ପାଇଁ ବିରୋଧ ପ୍ରଦର୍ଶନ ଜାରି ରହିଥିଲା ପୋଲିସ ପକ୍ଷରୁ ଲାଠି ଚାର୍ଜ ମଧ୍ୟ କରାଯାଇଛି, ଯାହାକୁ ନେଇ ଛାତ୍ର ମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କର ଏଭଳି କରିବାର ନ ଥିଲା, ଆମେ କୌଣସି ଅପଶବ୍ଦ ପ୍ରୟୋଗ କରି ନାହୁଁ , ଏହା ସରକାରଙ୍କର ଦୋହରା ରାଜନୀତି କୁ ଦର୍ଶାଉଛି l

ଆଜି ଦେଶର ଭବିଷ୍ୟତ ଯିଏକି ଯୁବପିଢୀ ରାଜରାସ୍ତାରେ ପୋଲିସ ଲାଠି ମାଡ଼ ଖାଇ ନିଜ ଭବିଷ୍ୟତ ପାଇଁ ଲଢ଼ୁଛନ୍ତି, କିନ୍ତୁ ଦେଶ ପାଳୁଛି ୭୯ ତମ ସ୍ୱତନ୍ତ୍ରତା ଦିବସ, ଏହା କି ପ୍ରକାର ସ୍ୱାଧୀନତା ?

Nalco
Leave A Reply