ମହାକୁଂଭ ର ଭାଇରଲ ଗାର୍ଲ ମୋନାଲିସା ଙ୍କୁ ଚଳଚିତ୍ର ରେ ଅଫର ଦେଇଥିବା ମନୋଜ ମିଶ୍ରl ଙ୍କ ଉପରେ ରେପ କେଶ , ପୋଲିସ କଲା ଗିରଫ
ପ୍ରୟଗରଜ ମହାକୁମ୍ଭ ରେ ଭାଇରଲ ହୋଇଥିବା ମାଳି ବିକ୍ରି କରୁଥିବା ମୋନାଲିସା ଙ୍କୁ ଚଳଚିତ୍ର ରେ ଅଫର ଦେଇଥିବା ଡ଼ାଇରେକ୍ଟର ମନୋଜ ମିସ୍ରl ଙ୍କୁ ଦିଲ୍ଲୀ ପୋଲିସ ବଳାତ୍କାର ମାମଲାରେ ଗିରଫ କରିଛି, ଦିଲ୍ଲୀ ହାଇକୋର୍ଟ ଦ୍ୱାରା ତାଙ୍କ ଜାମିନ ନାମଞ୍ଜୁର ହେବାପରେ ନବୀ କରିମ ପୋଲିସ ତାଙ୍କୁ ଗିରଫ କରିଛି, ମନୋଜ ଙ୍କ ଉପରେ ଆରୋପ ଲାଗିଛି ଯେ ସେ ଝାନ୍ସୀ ର ଜଣେ ଝିଅଙ୍କୁ ଚଳଚିତ୍ର ରେ କାମ ଦେବା ଲୋଭରେ ଶାରୀରିକ ଶୋଷଣ କରିଥିଲେ, ଏବଂ ଧମକ ଦେଇ ଚୁପ ରଖିଥିଲେ l
ପୀଡିତl ଙ୍କ ବୟାନ ଅନୁସାରେ ତାଙ୍କ ସାକ୍ଷାତ ୨୦୨୦ ରେ ଟିକଟକ ଓ ଇନ୍ଷ୍ଟଗ୍ରାମ ଜରିଆରେ ମନୋଜ ଙ୍କ ସହିତ ହୋଇଥିଲା, କିଛିଦିନ ଚାଟିଙ୍ଗ ପରେ ୧୭ ଜୁନ ୨୦୨୧ ରେ ତାଙ୍କୁ ମନୋଜ ଫୋନ କରି କହିଥିଲେ ଯେ ଝାନ୍ସୀ ରେଲୱେ ଷ୍ଟେସନ ରେ ପହଂଚିଛନ୍ତି l ପୀଡିତ ଜଣଙ୍କ ସାମାଜିକ ଚାପ କାରଣରୁ ସାକ୍ଷାତ କରିବାକୁ ମନାକରିଥିଲେ l କିନ୍ତୁ ମନୋଜ ତାଙ୍କୁ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ l ଏହାପରେ ସେ ମନୋଜ ଦେଖାକରିବାକୁ ଆସିଥିଲେ, ପରଦିନ ଅର୍ଥାତ ଜୁନ ୧୮ ରେ ମନୋଜ ପୁନର୍ବାର ଆତ୍ମହତ୍ୟା ର ଧମକ ଦେଇ ତାଙ୍କୁ ରେଲ୍ୱେ ଷ୍ଟେସନ ଡାକିଥିଲେ ଏବଂ ତାଙ୍କୁ ଗୋଟିଏ ରିସୋର୍ଟ କୁ ନେଇଯାଇ ସେଠାରେ ତାଙ୍କ ଖାଦ୍ୟ ରେ ନିଶା ମିଶାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ l
ପୀଡିତ ଜଣଙ୍କ ନିଜ FIR ରେ କହିଛନ୍ତି ଯେ ମନୋଜ ତାଙ୍କର ଆପତ୍ତି ଜନକ ଫଟୋ ଓ ଭିଡିଓ ଉଠାଇଥିଲେ, ଏବଂ ଧମକ ଦେଇଥିଲେ ଯେ ଯଦି ସେ ପାଟି ଖୋଲିବେ ତେବେ ଏହାକୁ ସାର୍ବଜନିକ କରିଦେବେ l ଏହାପରେ ବିବାହ ର ପ୍ରତିଶୃତି ଦେଇ ମନୋଜ ଅଲଗା ଅଲଗା ଜାଗାକୁ ଡାକି ଶାରୀରିକ ସମ୍ପର୍କ ରଖିଥିଲେ, ଏବଂ ଚଳଚିତ୍ର ରେ କାମ ଦେବାର ପ୍ରଲୋଭନ ଦେଖାଇଥିଲେ, ଏହି ଲୋଭ ରେ ପୀଡିତ ଜଣଙ୍କ ମୁମ୍ବାଇ ତାଙ୍କ ସହିତ ଯାଇଥିଲେ ଏବଂ ମନୋଜ ସେଠାରେ ତାଙ୍କ ଶୋଷଣ ଜାରିରଖିଥିଲେ l
ପୀଡିତ ଜଣଙ୍କ ଆରୋପ ଲଗାଇଛନ୍ତି ଯେ ମନୋଜ ୩ଥର ଜବରଦସ୍ତି ତାଙ୍କର ଗର୍ଭପାତ ମଧ୍ୟ କରାଇଛନ୍ତି l ଫେବୃଆରୀ ୨୦୨୫ ରେ ମନୋଜ ତାଙ୍କୁ ଛାଡିଦେଇଥିଲେ ଓ କହିଥିଲେ ଯେ ଯଦି ଏହି କଥା କାହା ଆଗରେ କହିବେ ତେବେ ତାଙ୍କ ଫଟୋ ଓ ଭିଡିଓ ଭାରାଲ କରିଦେବେ l ଏହି ମାମଲା ସେତେବେଳେ ଲୋକ ଲୋଚନ କୁ ଆସିଲା ଯେତେବେଳେ ମହାକୁଂଭ ରେ ଭାଇରଲ ଗାର୍ଲ ମୋନାଲିସା ଙ୍କୁ ମନୋଜ ନିଜ ଚଳଚିତ୍ର ମଣିପୁର ଡାଏରୀ ରେ ଅଫର ଦେଇଥିଲେ l