ନେପାଳ ଜଳ ପ୍ରଳୟ କୁ ନ ଭୁଲୁଣୁ ଚୀନ ନେପାଳ କୁ ଚେତାବନୀ ଦେଇଛି , ଲେଣ୍ଡେ ନଦୀ ଉପର ଭାଗରେ ଥିବା ହ୍ରଦ ର ବନ୍ଧ ଯେକୌଣସି ସମୟରେ ଭାଙ୍ଗିପାରେ, ଚୀନ ର ସୂଚନା ଅନୁସାରେ ହ୍ରଦ ଟିର ପାଣିର ରଙ୍ଗ ଲଗାତାର ଗାଢ଼ ହେବାରେ ଲାଗିଛି, ଯାହାକୁ ବିପଦର ସଂକେତ ଭାବରେ ଦେଖାଯାଉଛି, ହ୍ରଦ ଟି ର ବନ୍ଧ ଭାଙ୍ଗିବା ଦ୍ୱାରା ପାଣି ୫୦୦ ଘନ ମିଟର ପ୍ରତି ସେକେଣ୍ଡ ରେ ପହଞ୍ଚିପାରେ l
ଚୀନ ର ମିଡ଼ିଆ ରିପୋର୍ଟ ଅନୁସାରେ ଚୀନ ଏହି ତଥ୍ୟ ନେପାଳ ର ବିଦେଶ ମନ୍ତ୍ରଣାଳୟ କୁ ଦେଇଛି, ଏବଂ ଏହି ହ୍ରଦ ଟି ଏହି ସପ୍ତାହ ରେ ନେପାଳ ଓ ତିବ୍ବତ ରେ ଆସିଥିବା ବନ୍ୟା ପରେ ସୃଷ୍ଟି ହୋଇଛି, ଗ୍ଲେସିୟର ଭାଙ୍ଗିବା ଦ୍ୱାରା ଅନେକ ବର୍ଜ୍ୟବସ୍ତୁ ତଳକୁ ଖସି ଆସିଥିଲା, ଯାହାଦ୍ୱାରା ସେଠାରେ ଗୋଟିଏ ପ୍ରାକୃତିକ ବନ୍ଧର ସୃଷ୍ଟି ହୋଇଥିଲା, ଏବଂ ଏହି ବର୍ଜ୍ୟବସ୍ତୁ ଦ୍ୱାରା ନଦୀ ର ରାସ୍ତା ଅଟକି ଯାଇଥିଲା, ଏବଂ ଏହା ପ୍ରାକୃତିକ ବନ୍ଧ ହୋଇ ଯାଇଥିଲା, ଏବଂ ଏହା ପଛରେ ପାଣି ଜମା ହୋଇ ଗୋଟିଏ ହ୍ରଦ ସୃଷ୍ଟି ହୋଇଗଲା l
ଚୀନ ଦେଇଥିବା ସୂଚନା ଅନୁସାରେ ଏହି ନଦୀ ରେ ଜଳର ସ୍ତର ବଢ଼ିବାରେ ଲାଗିଛି, ବିପଦ କୁ ଦେଖି ଚୀନ ସତର୍କ ସୂଚନା ନେପାଳ ସହିତ ଞ୍ଜ ଅଂଚଳ ର ଲୋକଙ୍କୁ ଦେଇଛି l
