Odisha news

ଦେଶର ଶେଷ ରେଳ ଷ୍ଟେସନ, ଯେଉଁଠି ଯାତ୍ରୀ ବିଦେଶ ଯାଇ ଥାଆନ୍ତି ଟ୍ରେନ ରୁ ଓଲ୍ହାଇ ଚାଲି ଚାଲି

0

ଭାରତରେ ଗୋଟିଏ ଏଭଳି ରେଳ ଷ୍ଟେସନ ରହିଛି, ଯେଉଁଠି ଟ୍ରେନ ରୁ ଓଲ୍ହାଇ ଯାତ୍ରୀ ଚାଲି ଚାଲି ବିଦେଶରେ ପହଂଚି ଥାଆନ୍ତି, ଅର୍ଥାତ ଆପଣ ଏହି ଷ୍ଟେସନ ରେ ଓହ୍ଲାଇ ପାଦରେ ଚାଲି ଚାଲି ପଡୋଶୀ ଦେଶରେ ପହଞ୍ଚିଯିବେ l କାହିଁକିନା ଏହି ରେଳ ଷ୍ଟେସନ ହିଁ ଭାରତ ସୀମାରେ, ଏହି ରେଳ ଷ୍ଟେସନ ଟି ବିହାର ରାଜ୍ୟରେ l

ଏହି ଷ୍ଟେସନ ଟିକୁ ଦେଶର ଶେଷ ଷ୍ଟେସନ ବୋଲି କୁହାଯାଇଥାଏ, ଯାହାକି ନେପାଳ ବର୍ଡ଼ର ଖୁବ ନିକଟରେ, ଏହି ରେଳ ଷ୍ଟେସନ ର ନାମ ହେଉଛି ଯୋଗ ବନି , ଏଠାରେ ଆପଣ ଟ୍ରେନ ରୁ ଓହ୍ଲାଇ ମାତ୍ର ୨ କିଲୋମିଟର ଚାଲି ଇଣ୍ଡୋ -ନେପାଳ ବର୍ଡ଼ର ରେ ପ୍ରବେଶ କରିପାରିବେ l ଏହି ରେଳ ଷ୍ଟେସନ ଟି ଉତର ରେଳ ବିଭାଗର ଦାୟିତ୍ୱରେ ରହିଛି, ଯୋଗ ବନି ରେଳ ଷ୍ଟେସନ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ବିଶେଷ ମହତ୍ୱ ରହିଛି l

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ନେପାଳ ଓ ଭାରତ ମଧ୍ୟରେ ମୈତ୍ରୀପୁର୍ଣ ସମ୍ବନ୍ଧ ଓ ଖୋଲା ସୀମା ନୀତି କାରଣରୁ ଭାରତୀୟ ନାଗରିକ ଙ୍କୁ ନେପାଳ ଯିବା ପାଇଁ କୌଣସି ଭିସା କିମ୍ବା ପାସ୍ପୋର୍ଟ ର ଆବଶ୍ୟକତା ପଡି ନଥାଏ, ଏହି କାରଣରୁ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଏହା ପସନ୍ଦ ଯୁକ୍ତ ଏଣ୍ଟ୍ରି ଗେଟ l ଏବଂ ଏଠାରେ କଡା ସୁରକ୍ଷାର ଯାଞ୍ଚ ନ ହେଉଥିବା କାରଣରୁ ଏହି ଅଞ୍ଚଳ ର ଲୋକେ ନିୟମିତ ବିଭିନ୍ନ ବ୍ୟବସାୟ ଓ କାର୍ଯ୍ୟରେ ନେପାଳ ଯିବା ଆସିବା କରି ଥାଆନ୍ତି l

Nalco
Leave A Reply