Odisha news

ନାଗା ନାରାୟଣ ଉଚ୍ଚ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଘାଟିତ

0
 ରାଜନଗର : ୩୦/୧ ରାଜନଗର ବ୍ଲକ ଡାଙ୍ଗମାଳ ସ୍ଥିତ ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଉତ୍ସବ ଆନୁକୂଲ୍ୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ମାନସ ରଞ୍ଜନ ମିଶ୍ର ଙ୍କ ପୌରହିତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ,ଜିଲ୍ଲା ପରିଷଦ ସଭ୍ୟା ଖୁକୁମିନା କୁଁଅର,ଖମାରସାହି ସରପଞ୍ଚ ଅନୁସୂୟା ବିଶ୍ୱାଳ,ଡାଙ୍ଗମାଳ ସରପଞ୍ଚ ଦ୍ରୋପଦୀ ସେଠୀ, ସମିତି ସଭ୍ୟ ଶ୍ରୀଚରଣ ଦାସ,ପରିଚାଳନା କମିଟିର ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେବା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ, ଅଧ୍ୟାପିକା, କ୍ରୀଡ଼ା ଶିକ୍ଷକ ବିକାଶ ମାହୁଁନ୍ତ,ଦିଲ୍ଲୀପ ଦାସ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ । ସରକାର ଙ୍କ ଏପରି ମହତ ଯୋଜନା କୁ ବିଭିନ୍ନ ମହଲରେ ସ୍ଵାଗତ କରଯାଇଛି।
IEC 2 years
Leave A Reply