Odisha news

ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ

0
କନ୍ଧମାଳ,   ଓଡ଼ିଶା ଫଟୋ ଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱର ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬ରେ କନ୍ଧମାଳ ଜିଲ୍ଲାର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ର ବୁଲୁ ଭାଇ ଏବଂ ଫୁଲବାଣୀର ଷ୍ଟୁଡିଓ ନୀଳକମଲ ର ବାଦଲ ଏହି ସମ୍ମାନ ପାଇଛନ୍ତି। ସେପ୍ଟେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିବା ଏହି ମେଳାରେ ଦେଶର ବିଭିନ୍ନ ଫଟୋ ଓ ଭିଡିଓ ସାମଗ୍ରୀ ନିର୍ମାତା ଓ ବିକ୍ରେତା ସଂସ୍ଥା ଯୋଗ ଦେଇଥିଲେ। ସୋନି, ନିକୋନ, କେନନ, ଟାମ୍ରନ, ଇପସନ୍‌ ଭଳି ପ୍ରମୁଖ କମ୍ପାନୀ ସେମାନଙ୍କର ନୂଆ ପ୍ରଯୁକ୍ତି ଓ ଉପକରଣ ପ୍ରଦର୍ଶନ କରିଥିଲେ। କ୍ୟାମେରା, ମେମୋରୀ କାର୍ଡ, ଫଟୋ ଫ୍ରେମ୍‌, ବ୍ୟାଗ୍‌, ଇଙ୍କ, ଏଲଇଡି ଫ୍ରେମ୍‌, ପେନ୍‌ଡ୍ରାଇଭ୍‌ ବକ୍ସ, ଫଟୋ ଆଲବମ୍‌ ଆଦି ସାମଗ୍ରୀର ପ୍ରଦର୍ଶନୀ ସହ ବିଭିନ୍ନ ଉପକରଣ ର ଡେମୋ ମଧ୍ୟ ଦିଆଯାଇଥିଲା। ମେଳାର ଅନ୍ୟତମ ଆକର୍ଷଣ ଥିଲା ମାଗଣା କ୍ୟାମେରା ସର୍ଭିସିଂ, ନୂଆ କ୍ୟାମେରା ପ୍ରଦର୍ଶନ ଓ ର୍ୟାମ୍ପ୍‌ ଶୋ। ବିଭିନ୍ନ ସ୍ଥାନରୁ ଆସିଥିବା ଫଟୋଗ୍ରାଫର ଓ ଦର୍ଶକମାନେ ଏହାକୁ ଉପଭୋଗ କରିଥିଲେ। ବାଲିଗୁଡ଼ାରୁ ପାପୁ ଷ୍ଟୁଡିଓ, ସମଲେଶ୍ୱରୀ ଷ୍ଟୁଡିଓ, ଅରୁଣ ଷ୍ଟୁଡିଓ, ମୟୂରୀ ଷ୍ଟୁଡିଓ ଓ ଏନଏସଡି ଷ୍ଟୁଡିଓର ପ୍ରତିନିଧିମାନେ ମଧ୍ୟ ମେଳାରେ ଯୋଗ ଦେଇଥିଲେ। କନ୍ଧମାଳର ଦୁଇ ଫଟୋଗ୍ରାଫରଙ୍କୁ ପ୍ରତିଭା ସମ୍ମାନ ମିଳିବା ଜିଲ୍ଲାର ଫଟୋଗ୍ରାଫି କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ବୋଲି ସାଥୀ ଫଟୋଗ୍ରାଫରମାନେ କହିଛନ୍ତି।
Nalco
Leave A Reply