– ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ଆଢ଼େଇ ଗୁଣ ଅଧିକ ସଂଯୋଗ ଯୋଡ଼ିଛି ଜିଓ
– ଏୟାରଫାଇବରର ଦ୍ରୁତ ଗତି, ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ବଜାର ଅଂଶ ପ୍ରାୟ ୭୯%
ନୂଆଦିଲ୍ଲୀ, ୨୮ ସେପ୍ଟେମ୍ବର ୨୦୨୬: ଭାରତର ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଅଗଷ୍ଟ ମାସରେ ଜିଓ ପ୍ରାୟ ୫.୭ ଲକ୍ଷ ନୂଆ ସଂଯୋଗ ଯୋଡ଼ିଛି। ଏହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ପ୍ରାୟ ଅଢ଼େଇ ଗୁଣ ଅଧିକ ରହିଛି। ଜିଓର ଏହି ଅଭିବୃଦ୍ଧିରେ ୱାୟାରଲେସ୍ ହୋମ ବ୍ରଡବ୍ୟାଣ୍ଡ ବା ଜିଓଏୟାରଫାଇବରର ବଡ଼ ଭୂମିକା ରହିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁସାରେ, ଏୟାରଟେଲ ଏହି ସମୟରେ ପ୍ରାୟ ୨.୨୭ ଲକ୍ଷ ହୋମ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଡ଼ିଛି।
ଅଗଷ୍ଟରେ ଜିଓର ତାର ଯୁକ୍ତ ହୋମ ବ୍ରଡବ୍ୟାଣ୍ଡ ବା ଜିଓଫାଇବର ସଂଯୋଗରେ ପ୍ରାୟ ୧.୮୮ ଲକ୍ଷ ବୃଦ୍ଧି ଘଟିଛି। ସେହିଭଳି ୫ଜି ଫିକ୍ସଡ୍ ୱାୟାରଲେସ୍ ଓ ୟୁବିଆରରେ ଜିଓ ପ୍ରାୟ ୩.୭୯ ଲକ୍ଷ ନୂଆ ୱାୟାରଲେସ୍ ହୋମ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଡ଼ିଛି। ଏୟାରଟେଲର ଫିକ୍ସଡ୍ ୱାୟାରଲେସ୍ ସଂଯୋଗରେ ପ୍ରାୟ ୯୬ ହଜାରର ବୃଦ୍ଧି ଘଟିଛି।
ୱାୟାରଲେସ୍ ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓର ୫ଜି ଏୟାରଫାଇବର ସଂଯୋଗ ସଂଖ୍ୟା ବଢ଼ି ପ୍ରାୟ ୯୪.୧୯ ଲକ୍ଷ ହୋଇଛି। ଏହା ବ୍ୟତୀତ ଜିଓର ୟୁବିଆର ଆଧାରିତ ପ୍ରାୟ ୫୩.୬୮ ଲକ୍ଷ ଫିକ୍ସଡ୍ ୱାୟାରଲେସ୍ ସଂଯୋଗ ମଧ୍ୟ ରହିଛି। ଉଭୟକୁ ମିଶାଇ ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ବଜାର ଅଂଶ ପ୍ରାୟ ୭୮.୬ ପ୍ରତିଶତ ରହିଛି।
