ବର୍ତମାନ ଗୁଗଲ ରେ ରଣବୀର ଇଲାହାବାଦିଆ ଟପ ଟ୍ରେଣ୍ଡ ସର୍ଚ୍ଚ ରେ ରହିଛି, ୟୁଟ୍ୟୁବର ସମୟ ରୈନl ଙ୍କ ଶୋ India’s Got Latent ରେ ଅଶ୍ଳୀଳ ଟିପ୍ପଣୀ ଦେବା ପରେ ରଣବୀର ଙ୍କ ଉପରେ ଫିତ୍ରର ଦର୍ଜ ହୋଇଛି, ସୋସିଆଲ ମିଡ଼ିଆ ରେ ରଣବୀର ଙ୍କୁ ଲକ୍ଷ ଲକ୍ଷ ଲୋକେ ଫଲୋ କରୁଛନ୍ତି l
ରଣବୀର ନିଜ ପୋଡ଼କାଷ୍ଟ କୁ ନାମୀ ଦାମୀ ଲୋକଙ୍କୁ ନିମନ୍ତ୍ରିତ କରି ଥାଆନ୍ତି, ଏବଂ ସେମାନଙ୍କ ଇଣ୍ଟରଭିୟୁ ନେଇଥାଆନ୍ତି, ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଫଲୋ କରୁଥିବା ରଣବୀର ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ National Creators Award 2024 ରେ ସମ୍ମାନିତ କରିଥିଲେ l ରଣବୀର ଇଲାହାବାଦିଆ ୨୨ ବର୍ଷ ଆୟୁ ରେ ନିଜର ପ୍ରଥମ ୟୁଟ୍ୟୁବ ଚାନେଲ ବିୟରବାଇସ୍ପେସ ଆରମ୍ଭ କରିଥିଲେ l ରଣବୀର ଇଲାହାବାଦିଆ ଙ୍କର ୭ଟି ୟୁଟ୍ୟୁବ ଚ୍ୟାନେଲ ରହିଛି l ଏହି ଏହି ସାତଟି ଚ୍ୟାନେଲ ରେ ୧୨ ମିଲିୟନ ରୁ ଉର୍ଧ୍ଵ ସ୍ବସକ୍ରାଇବର ରହିଛନ୍ତି l
Koimoi.com ର ସୂଚନା ଅନୁସାରେ ରଣବୀର ଇଲାହାବାଦିଆ ଙ୍କର ମାସକୁ ରୋଜଗାର ୩୫ ଲକ୍ଷ ଟଙ୍କା , ଅର୍ଥାତ ମାତ୍ର ଗୋଟିଏ ଦିନରେ ରଣବୀର ଙ୍କ ୧. ୧୬ ଲକ୍ଷ ଟଙ୍କା ରୋଜଗାର ଅଟେ l ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ , ରୟାଲିଟିଜ, ଲାଇଭ ପ୍ରମୋସନ ମାଧ୍ୟମରେ ରଣବୀର ମୋଟା ଅଙ୍କର ଅର୍ଥରାଶି ରଜଙ୍ଗାର କରନ୍ତି l ମିଳିଥିବା ସୂଚନା ଅନୁସାରେ ରଣବୀର ଇଲାହାବାଦିଆ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ୨୦୨୪ ରେ ତାଙ୍କର ନେଟ ଓ଼ର୍ଥ ପାଖାପାଖି ୬୦ କୋଟି ଥିଲା l
ମହିଳା ଙ୍କ ପୋଷାକ ଉପରେ କରିଥିଲେ ଅଶ୍ଳୀଳ କମେନ୍ଟ –
୪ବର୍ଷ ପୂର୍ବରୁ ରଣବୀର ଇଲାହାବାଦିଆ ଙ୍କୁ ମାଇକ୍ରୋବ୍ଳଗିଙ୍ଗ ସାଇଡ ଟୁଇଟର ରେ ମହିଳାଙ୍କ ପୋଷାକ କୁ ନେଇ କମେନ୍ଟ କରିଥିବାରୁ ଟ୍ରଲ କରାଯାଇ ଥିଲା, ସେ ନିଜ କମେଣ୍ଟ ରେ ଲେଖିଥିଲେ କୁର୍ତା ପିନ୍ଧୁଥିବା ମହିଳା ପୁରୁଷ ମାନଙ୍କୁ ତାଙ୍କ ଆଣ୍ଠୁ ଟେକିବା ପାଇଁ ମଜବୂର କରିପାରନ୍ତି l ସେହିଭଳି ୨୦୨୩ ରେ ନିଜ ପୋଡ଼କାଷ୍ଟ ରେ ଜଣେ ଓକିଲ ଙ୍କୁ ପଚାରିଥିଲେ କେଉଁ ତିନିଜଣ ଦେଶ ଛାଡି ଚାଲିଯିବା ଉଚିତ , ଯେଉଁଥିରେ ଓକିଲ ଜଣଙ୍କ ଜଣେ ପତ୍ରକାର ଓ ଦୁଇଜଣ ଐତିହାସିକ କାରଙ୍କ ନାମ ନେଇଥିଲେ l ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଟ୍ରଲ କରାଯାଇଥିଲା l
India’s Got Latent ର ଜଣେ ପ୍ରତିଯୋଗୀ ଙ୍କ ରଣବୀର ଇଲାହାବାଦିଆ ପଚାରିଥିଲେ ଯେ କଣ ସେ ୨କୋଟି ପାଇଁ ସେମାନଙ୍କ ଡିମାଣ୍ଡ ମାନି ଯିବେ, ଯାହାକୁ ନେଇ ସେ ଖୁବ ସୋସିଆଲ ମିଡିଆରେ ଟ୍ରଲ ହୋଇଛନ୍ତି ଏବଂ ନିଜର ଅଶ୍ଳୀଳ କମେନ୍ଟ ପାଇଁ କ୍ଷମା ମଧ୍ୟ ମାଗି ସାରିଛନ୍ତି l