ବାରିପଦା : ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଶିଷ ଠାକରେ । ମଙ୍ଗଳବାର ଶ୍ରୀ ଠାକରେ ବାରିପଦା ସ୍ଥିତ ଜିଲ୍ଲାପାଳ ତଥା ଦଣ୍ଡାଧିଶଙ୍କ କାର୍ଯ୍ୟାଳୟରେ ଆଗମନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦେବାଶିଷ ମହାପାତ୍ର, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ) ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର ଶୁଭରଂଞ୍ଜନ ନାୟକ, ଡେପୁଟି କଲେକ୍ଟର ବିଶ୍ୱଜିତ ପଣ୍ଡା, ଡେପୁଟି କଲେକ୍ଟର ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଏଥିସହିତ ଜିଲ୍ଲାପାଳ ଶ୍ରୀ ଠାକ୍ରେ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ସାଧୁବାଦ ଜଣାଇ ନିଜ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ସମସ୍ତ ଅଧିକାରୀ ମାନଙ୍କ ସହିତ କଥୋପକଥନ ପରେ ଶ୍ରୀ ଠାକ୍ରେ ସମସ୍ତ କର୍ମଚାରୀଙ୍କୁ ସହଯୋଗିତା ଏବଂ ସହଭାଗିତାରେ କାର୍ଯ୍ୟ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ କାର୍ଯ୍ୟରେ ତତ୍ପରତା ଦେଖାଇବା ପାଇଁ ନିଦେ୍ର୍ଧଶ ଦେବା ସହିତ ଜିଲ୍ଲାର ମୁଖ୍ୟ ଷ୍ଟ୍ରଙ୍ଗ ରୁମ ସମସ୍ତ ପରିଦର୍ଶନ କରିଥିଲେ । ଏଥିସହିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶହୀଦ ଦିବସ ଉପଲକ୍ଷେ ୨ମିନିଟ ନିରବ ପ୍ରାର୍ଥନାରେ ଜିଲ୍ଲାପାଳ ଯୋଗ ଦେଇଥିଲେ । ଜଣେ ବରିଷ୍ଠ ଏବଂ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ଠାକ୍ରେ ବେଶ ପରିଚିତ ଏବଂ ନିଜ କାର୍ଯ୍ୟ ଅନୁଭବ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସୁଚାରୁ ରୂପେ କରିବେ ବୋଲି ସମସ୍ତ ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀ ଠାକ୍ରେ, ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ ଏବଂ ଏହି ବଦଳି ପରେ ପୂର୍ବତନ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ।