Odisha news

ବିପୁଳ ପରିମାଣ ମଦ ଜବଦ : ୨ ଗିରଫ

0

ଭୋଗରାଇ-୧୮/୦୯ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଧିନ ସାନଆଉସା ଗ୍ରାମର ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଦୀର୍ଘଦିନ ଧରି େ·ରାରେ ଦେଶୀ ଓ ବିଦେଶୀ ମଦ କାରବାର କରିଆସୁଥିବା ବେଳେ ସୋମବାରଦିନ ଭୋଗରାଇ ବ୍ଲକ ଜନଶୁଣାଣୀରେ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଅବକାରୀ ବିଭାଗ ପକ୍ଷରୁ ଅ·ନକ ଚଢାଉ କରାଯାଇଥିଲା । ଚଢାଉ ବେଳେ ଅମୂଲ୍ୟ ବାରିକ୍ ମଦଦୋକାନ ବାହାରପଟୁ କବାଟ ବନ୍ଦ କରି ଘଟଣାସ୍ଥଳରୁ କୌଶଳକ୍ରମେ ଚମ୍ପଟ ମାରିଥିଲେ । ପରେ ଅବକାରୀ ବିଭାଗ କର୍ମ·ରୀମାନେ କବାଟ ଭାଙ୍ଗି ଘରଭିତରେ ପଶି ବିପୁଳ ପରିମାଣ େ·ରା ଦେଶୀ ଓ ବିଦେଶୀ ମଦ ଜବଦ କରିବା ସହିତ ଅମୂଲ୍ୟ ବାରିକଙ୍କ ସ୍ତ୍ରୀ କଳ୍ପନା ବାରିକଙ୍କୁ ଅବକାରୀ ଥାନାକୁ ଆଣି ପଚରା ଉଚରା କରୁଛନ୍ତି । ଅପରପକ୍ଷରେ ଉକ୍ତ ଗ୍ରାମର ଶମ୍ଭୁ ସାହୁଙ୍କୁ େ·ରା ମଦ କାରବାର ଘଟଣାରେ ଗିରଫ କରାଯିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଗନ୍ନାଥ ବେହେରା ସୂଚନା ଦେଇଛନ୍ତି । (ଫଟୋ)

Leave A Reply