ନୀଳଗିରି-୧୮/୦୯ : ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗତ ୮ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ କାଜୁଆଲ ଛୁଟିରେ ଥିବା ନୀଳଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ସରକାର କୌଣସି ପ୍ରତିକୂଳାତ୍ମକ ପଦକ୍ଷେପ ଗ୍ରହଣ ନକରିବା ପରେ ୧୩ ତାରିଖ ଠାରୁ ସମୂହ ଛୁଟିରେ ଯାଇ ଧାରଣାରେ ବସିଛନ୍ତି । ମାତ୍ର ନିୟମିତ ଲେବୁଲ-୫ (ଏକ୍ସକ୍ୟାଡ଼ର) ଶିକ୍ଷକ ମହାସଂଘ ଡାକରାରେ ବିଭିନ୍ନ ଦାବୀ ନେଇ ଭୂବନେଶ୍ୱରସ୍ଥିତ ଲୋୟାର ପିଏମ୍ଜି ଠାରେ ଗତ ଜୁଲାଇ ୩୧ ଓ ଅଗଷ୍ଟ ୧ରେ ଧାରଣାରେ ବସିଥିବା ବେଳେ ଜିଲ୍ଲାୱାରି ଆଜିପର୍ଯ୍ୟନ୍ତ ଧାରଣା ·ଲୁ ରହିଛି । କିନ୍ତୁ ନିୟମିତଭାବେ ବିଦ୍ୟାଳୟରେ ଶିକ୍ଷାଦାନ ସହିତ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରୁଥିବା ନେଇ ନୀଳଗିରି ବ୍ଲକ ଏକ୍ସ କ୍ୟାଡର ସଂଘର ସଭାପତି ଅକ୍ଷୟ ଦାସଙ୍କ ସହ ସାଧାରଣ ସମ୍ପାଦକ ରତିକାନ୍ତ ବେହେରା ଏକ ଲିଖିତ ପତ୍ର ବିଇଓଙ୍କ ଠାରେ ଦାଖଲ କରିଛନ୍ତି । ଉକ୍ତ ପତ୍ରରେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ସମୂହ ଛୁଟି ସହିତ କୌଣସି ସମ୍ପର୍କ ନଥିବା ଦର୍ଶାଇ ସଂଘ ନିଜକୁ ଅଲଗା ରଖିଛି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଆରତୀ ମହାପାତ୍ର, ସହସମ୍ପାଦିକା ସୁବାଷିନୀ ବିଶ୍ୱାଳ, କୋଷାଧ୍ୟକ୍ଷ ମହେନ୍ଦ୍ର ଦାସ, ତୁଳସୀପ୍ରିୟା ମିଶ୍ର, ବାସନ୍ତୀ ନାୟକ, ଶ୍ରୀମତୀ ଦାସ ପ୍ରମୁଖ ବହୁ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।