ବାଲେଶ୍ୱର-୧୮/୦୯ : ସୋମବାର ଦିନ ରେମୁଣା ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ତମ ଜନ୍ମଦିନ ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ର ଫିତାକାଟି ଉଦ୍ଘାଟନ କରିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଶିବିରରୁ ୪୭ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଶିଷ ଘୋଷଙ୍କ ସମେତ, କାର୍ତ୍ତିକ ଚନ୍ଦ୍ର ଗିରି, ସୁକୁମାର ଦାସ, କୃଷ୍ଣଚନ୍ଦ୍ର ସାହା, ମଳୟ କୁମାର ବିଶ୍ୱାଳ, ବିଭୂତି ରଂଜନ ସେନାପତି, କାହ୍ନୁଚରଣ ବେହେରା, ସୁବୋଧ ଚନ୍ଦ୍ର ପଣ୍ଡା, ନାରାୟଣ ମହାନ୍ତ, ଶିବୁନ ରାୟ, ମହେଶ୍ୱର ପ୍ରଧାନ, ନିରୋଦ ମହାନ୍ତି, ଆଦିତ୍ୟ ବାରିକ, ରାକେଶ ମହାନ୍ତି, ଦେବ ମଣ୍ଡଳ, କମଳାକାନ୍ତ ମାଝି, ନିତୁନ ସାହା, ବିପିନ୍ ମାରାଣ୍ଡୀ, ଗଣେଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ
