ବାରିପଦା : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପକ୍ଷରୁ ଅତର୍କୀତ ଚଢଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ ବିଦେଶୀ ମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ଝାରପୋଖରିଆ ପୋଲିସ ସାରସକଣା ଅଞ୍ଚଳର ଜଗତ ମୋହନ ସାହୁ(୩୦)ଙ୍କ ଘରେ ଅତର୍କୀତ ଚଢଉ କରାଯାଇ ୨୨୦ଲିଟରରୁ ଉଦ୍ଧ୍ୱର୍ ପରିମାଣର ବେଆଇନ ବିଦେଶୀ ମଦ ଜବତ କରାଯାଇଥିଲା । ଯାହାର ମୂଲ୍ୟ ଏକଲକ୍ଷ ୩୩ହଜାର ଟଙ୍କା ବୋଲି ଜଣାଯାଇଛି । ଏନେଇ ଝାରପୋଖରିଆ ଥାନାରେ ୫୮/୨୪ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।