କେନ୍ଦୁଝର : କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ମୂଖ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୂଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗଦେଇଥିଲେ। ଏବଂ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଲୋକସଭା ସଦସ୍ୟା ଇନ୍ଦ୍ରାଣୀ ମୂର୍ମୁ, ଜିଲ୍ଲା ଯୋଜନା ବୋଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର କେନ୍ଦୁଝର ପୈାରପାଳିକାର ଉପନଗରପାଳ ବରଦା ପ୍ରସନ୍ନ ଦାସ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ର ନାଥ କାଲୁଣ୍ଡିଆ ଯୋଗଦେଇ ଜିଲ୍ଲାରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ହେବାକୁ ଯାଉଥିବା ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏହା ଜିଲ୍ଲା ବାସୀଙ୍କ ପାଇଁ ଉନ୍ନତ ମାନର ସେବା ଯୋଗାଇ ଦେଇପାରିବ ବୋଲି କହିଥିଲେ। ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ୧୪କୋଟି ୬୧ ଲକ୍ଷ ୯ହଜାର ଟଙ୍କା ରହିଥିବା ବେଳେ ଭୂବନେଶ୍ଵରର ଏକ ବୈଷୟିକ ପରାମର୍ଶ ଦାତା ସଂସ୍ଥା ମେସସ ପ୍ରିଟେକ ଏହି କାର୍ଯ୍ୟାଳୟର ନିର୍ମାଣ ଦାୟିତ୍ବ ପାଇଛି। ସାରା ଦେଶରେ ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ସମବାୟ ସଂସ୍ଥାମାନଙ୍କର ରୂପାନ୍ତରଣ ହୋଇପାରିଲେ ଏହା ଉପଭୋକ୍ତାମାନଙ୍କୁ ଉତ୍କୃଷ୍ଟ ମନର ସେବା ଯୋଗାଇଦେବାରେ ସକ୍ଷମ ହେବ ବୋଲି ସଭାପତି ଶ୍ରୀ ପହି ମତ ଦେଇଛନ୍ତି। କାର୍ଯ୍ୟକ୍ରମରେ ବ୍ୟାଙ୍କର ଉପସଭାପତି ରଶ୍ମି ରେଖା ଚକ୍ର ସମସ୍ତ ନିଦ୍ଧେଶିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
