ନୂଆପଡ଼ା- ୧୬/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମେହେର ଅଧ୍ଯକ୍ଷତା କରିଥିଲା ବେଳେ ମୁଖ୍ଯ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ବିଶିଷ୍ଟ ଅତିଥି ଭାବରେ ନାଗରିକ କମିଟି ଅଧ୍ଯକ୍ଷ ଡମ୍ୱରୁଧର ମେହେର ଯୋଗ ଦେଇଥିଲେ । ସେହି ଭଲି ସମ୍ମାନିତ ଅତିଥି ଭାବରେ ଖଡ଼ିଆଳରୋଡ଼ ଏନଏସି ଅଧ୍ଯକ୍ଷା ଡା. ସୋନିଆ ଜୈନ, ବଣିକ ସଂଘ ସଭାପତି ପ୍ରଦୀପ କୁମାର ଜୈନ ଯୋଗଦେଇ ଥିଲେ l କମିଟିର ଉପସଭାପତି ସୁବ୍ରତ କୁମାର ଠାକୁର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏ ଅବସରରେ ନିଜ ମାଟିର ପ୍ରାଚୀନ ସଂସ୍କୃତି ଓ ଐତିହ୍ଯକୁ ଲୋକଲୋଚନ ଆଣାଯାଇ ପାରିଲେ ଏହା ବର୍ତ୍ତମାନର ଜନଜୀବନକୁ ଶୄଙ୍ଖଳିତ ଓ ସଂସ୍କାରିତ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା । ଆଜିର ସମାରୋହରେ ଯୁବ ଲେଖକ ତଥା ସ୍ତମ୍ଭକାର ବୈଷ୍ଣବ ମେହେର ଓ ତବଳା ବାଦକ ସନ୍ତୋଷ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶିବପ୍ରସାଦ ମେହେର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ନିଲାଞ୍ଚଳ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l ସେହିପରି ସୁବାସ ଚନ୍ଦ୍ର ସାହୁ ପୁରସ୍କାର ବିତରଣ ଓ ଗୁପ୍ତେଶ୍ୱର ମେହେର ସମ୍ବର୍ଦ୍ଧନା ପ୍ରଦାନ କାର୍ଯକ୍ରମ ପରିଚାଳନା କରିଥିଲେ l ସସ୍ମିତା ମେହେର ଓ ଭୂମିସୁତା ନାଏକ ମାନପତ୍ର ପଠନ କରିଥଲେ l ସଭା ପ୍ରାରମ୍ଭରେ ବୈଷ୍ଣବ ମେହେରଙ୍କ ଲିଖିତ ଗୀତକୁ ସଙ୍ଗୀତଜ୍ଞ ତ୍ରୀନାଥ ମେହେରଙ୍କ ସ୍ୱର ସଂଯୋଜନାରେ ସ୍ଵର ସଂଗମ କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସତ୍ଯସାଇ ସେବା ସମିତି ପକ୍ଷରୁ ବେଦପାଠ ଅନୁଷ୍ଠିତ ହୋଇ ଥିଲା l ଗାୟତ୍ରୀ କଳା ସଂଗଠନ ରାୟଗଡା , ନଟରାଜ ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ତି, ଜୟମାତାଦୀ ସାଂସ୍କୃତିକ ଅନୁଷ୍ଠାନ ଖଡ଼ିଆଳ, କୄଷ୍ଣପ୍ରିୟା କଳା ପରିଷଦ, ଚିନିଚପା କଳା ପରିଷଦ ବଲାଙ୍ଗିର, ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ, ହାସ୍ୟ ଅଭିନେତା ବିନ୍ଦୁ ଓ ତୁଲରାମଙ୍କ ହାସ୍ୟ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।
