Odisha news

ହ୍ୱାଇଟ ହାଉସ ପକ୍ଷରୁ ଛାଞ୍ଚଲ୍ୟ କର ବୟାନ …..

0

ନୂଆଦିଲ୍ଲୀ : ନ୍ୟୁୟର୍କ ଟାଇମ୍ସ ନ୍ୟୁଜ ସର୍ଭିସ ଚାଞ୍ଚଲ୍ୟକର ଅଟେ କିନ୍ତୁ  ଏହି ତଥ୍ୟ ସତ୍ୟ ଅଟେ I ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ  ହ୍ୱାଇଟ ହାଉସ ତରଫରୁ ସମସ୍ତ ଗୋପାନୀୟ  ତଥ୍ୟ ଦିଆଯାଉନାହିଁ  l ହ୍ୱାଇଟ ହାଉସ ଯେଉଁ ତଥ୍ୟ ରାଷ୍ଟ୍ରପତିଙ୍କ ପାଇଁ ଜରୁରୀ ସେତିକି ଦେଉଛି l ବାକି ସମସ୍ତ ତଥ୍ୟକୁ ଲୁଚେଇ ରଖାଯାଉଛି l

ଶୁକ୍ରବାରଦିନ ଆମେରିକା ୱେବସାଇଟ ନ୍ୟୁୟର୍କ ଟାଇମ୍ସ ରେ ଏକ ଖବର ପ୍ରକାଶ ପାଇଥିଲା , ଯେଉଁଥିରେ ଲେଖାଯାଇଥିଲା ରୁଷ ତାଲିବାନର ଆଫଗାନିସ୍ତାନରେ ମୃତୟନ ହୋଇଥିବା ସୈନ୍ୟ ମାନଙ୍କର ମୃତ୍ୟୁ ପାଇଁ ପୁରସ୍କାର ଦେବାକୁ ଘୋଷଣା କରିଛଥିଲା  l ରୁଷ  ତାଲିବାନ ସହିତ ଯୋଡି ହୋଇଥିବା ଆତଙ୍କବାଦୀଙ୍କ ସହିତ ସମ୍ପର୍କ କରି କହିଥିଲାଯେ ଯଦି ସେମାନେ ଆମେରିକାର ସୈନ୍ୟ ମାନଙ୍କର କ୍ଷତି କରିବେ ତେବେ ସେମାଙ୍କୁ ପୁରସ୍କାର ଦିଆଯିବ l ଆମେରିକାର ଗୁଇନ୍ଦା ବିଭାଗ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ବିଷୟରେ କୌଣସି ତଥ୍ୟ ଦିଆଯାଇନଥିଲା l

ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ .ବିଡେନ ଏହି ଖବର ଜାଣିପାରିବାପରେ ମନ୍ତବ୍ୟ ଦେଇଥିଲେଯେ ଟ୍ରମ୍ପଙ୍କୁ ଏହି ତଥ୍ୟ ବିଷୟରେ ଗୁଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି ,ଜୋ .ବିଡେନ କହିଲେ ଯେ  ରୁଷଙ୍କୁ ଦଣ୍ଡିତ କରିବା ଉଚିତ ଥିଲା କିନ୍ତୁ ଟ୍ରମ୍ପ ଏପରି କଲେନାହିଁ l

ହ୍ୱାଇଟ ହାଉସର ଅଧିକାରୀମାନେ କହିଥିଲେଯେ ଏହି ସମସ୍ତ ତଥ୍ୟ ଟ୍ରମ୍ପକୁ ଦିଆଯାଇଥିଲା l  ହ୍ୱାଇଟ ହାଉସ ତରଫରୁ କୌଣସି ଗୁପ୍ତ ତଥ୍ୟ ଓ ଅନ୍ତରୀଣ ବିଚାର ବିମର୍ଷ ବିଷୟରେ ପ୍ରତିଦିନ ଟିପ୍ପଣୀ ଦିଆଯାଉନାହିଁ l ଇଣ୍ଟେଲିଜେନ୍ସ ଏଜେନସି ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଓ କର୍ମଚାରୀ ପ୍ରମୁଖ ମନ୍ତବ୍ୟ ଦେଇଛନ୍ତିଯେ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ଙ୍କୁ କୌଣସି ଖବର ଦିଆଯାଇନଥିଲା l ଶନିବାର ଦିନ ରାତିରେ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦେଶକ ଏକ ବୟାନ ଦେଇ କହିଥିଲେ ଯେ ଏପରି କୌଣସି ଗୁପ୍ତ ତଥ୍ୟ ବିଷୟରେ ଟ୍ରମ୍ପଙ୍କୁ କୁହାଯାଇନଥିଲା l

 

 

 

Govt
Leave A Reply