Odisha news

ସକାଳୁ ଖାଆନ୍ତୁ ବତୁରା ହୋଇଥିବା ଆଲମଣ୍ଡ ,ସ୍ମରଣ ଶକ୍ତି ବୃଦ୍ଧି ପାଇବ

0

suvendra pattanaik: ସକାଳୁ ସାଧାରଣତଃ ଆମେ କିଛି ଖାଇବାକୁ ଇଛା କରି ନାଥ l ଏମିତି କିଛି ଜିନିଷ ଅଛି ଯାହାକୁ ସକାଳୁ ଖାଲିପେଟରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ l ସେଥି ମଧ୍ୟରୁ ଆଲମଣ୍ଡ ଗୋଟିଏ l ଏହା ପୋଷାକ ତତ୍ଵରେ ଭରପୁର ହୋଇଥିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର l ଆପଣ ମାନେ ହୁଏତ ଜାଣି ନଥିବେ  ଆଲମଣ୍ଡକୁ ରସରେ ପାଣିରେ ବତୁରାଈ ସକାଳୁ ତାର ଚୋପା ଛଡାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥଏ l

* ପାଣିରେ ବତୁରା ହୋଇଥିବା  ଆଲମଣ୍ଡ ପୋଷାକ ତତ୍ତ୍ୱରେ ଭରପୁର ଅଟେ ,ଏଥିରେ ଫାଇବର ,ପ୍ରୋଟିନ ,ଭିଟାମିନ-ଇ ,ମ୍ୟାଗନେସିୟମ ଇତ୍ୟାଦି ମିଳିଥାଏ l ଏହାକୁ ଆମେ ପ୍ରତେକ ଦିନ ଆମ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆମ ଶରୀରକୁ ପୌଟିକ ଏହାର ମିଳିଥାଏ l

* କଞ୍ଚା  ଆଲମଣ୍ଡ ଅପେକ୍ଷା ପାଣିରେ ବତୁରା ହୋଇଥିବା  ଆଲମଣ୍ଡକୁ ହଜମ କରିବା ସହଜ ଅଟେ l ଏହା ଆମର ପlଚନ ପ୍ରକ୍ରିୟାକୁ ଠିକ ରଖିଥାଏ l କାରଣ  ଆଲମଣ୍ଡ ଦ୍ୱାରା ଆମ ଶରୀରରେ ଏଞ୍ଜାଇମ ଉତ୍ପାଦନ ହୋଇଥାଏ l

*  ଆଲମଣ୍ଡ ଭିଟାମିନ-ଇ ର ଗୋଟିଏ ଗନ୍ତାଘର ,ଯାହାଦ୍ୱାରା ଚର୍ମରେ ଚମକ ଆସିବା ସହିତ କେଶ ସୁସ୍ଥ ରହିଥାଏ l ଚର୍ମପାଇଁ  ଆଲମଣ୍ଡ ତେଲ ଅତ୍ୟନ୍ତ ଲାଭଦାୟକ l  ଆଲମଣ୍ଡ ଖାଇବା ଦ୍ୱାରା କେଶମୂଳ ସୁଦୃଢ ହୋଇଥାଏ l

*  ଆଲମଣ୍ଡ ମସ୍ତିସ୍କ ପାଇଁ ଅତ୍ୟନ୍ତ ଜରୁରୀ l ଆପଣ ବେଳେବେଳେ ଶୁଣିଥିବେ ଯେ ଯେଉଁ ଲୋକମାଙ୍କର ବିଶେଷ କିଛି ମନେରଖି ପାରନ୍ତି ନାହିଁ ତେବେ ତାଙ୍କୁ ଲୋକମାନେ ଆଲମଣ୍ଡ ଖାଇବା ପାଇଁ କହିଥାନ୍ତି l କିଛି ଅଧୟନ ରୁ ଜଣ ଯାଇଛି ଯେ  ଆଲମଣ୍ଡ ଦ୍ୱାରା ମସ୍ତିସ୍କ ସୁସ୍ଥ ରହିବ ସହିତ ସ୍ମରଣ ଶକ୍ତି ବଢି଼ଥାଏ,କାରଣ ଭିଟାମିନ-ଇ ଏହାକୁ କରିବାରେ ସକ୍ଷମ ହୁଏ l ତେଣୁ ପିଲାମାନଙ୍କୁ ପରୀକ୍ଷା ସମୟରେ  ଆଲମଣ୍ଡ ଖାଇବାକୁ ଦିଆଯାଏ  l

* ଖରାପ କୋଲେଷ୍ଟ୍ରଲ ଯୋଗୁ ଆମେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଯୋଡି ହୋଇଯାଉ l  ଆଲମଣ୍ଡଆମ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଓ ଭଲ କୋଲେଷ୍ଟ୍ରଲକୁ ସୁସ୍ଥ ସ୍ତରରେ ରଖିଥାଏ l  ଆଲମଣ୍ଡ ଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ଠିକ ରୁହେ ଓ ରକ୍ତଚାପ ନିୟନ୍ତ୍ରଣ ମଧ୍ୟ ରହିଥାଏ l

Leave A Reply