ଅନୁଗୁଳ: ଅନୁଗୁଳ ବନ ବିଭାଗ ପକ୍ଷରୁ ଅନୁଗୁଳ ବନ ସାଥି ଆପର ଶୁଭାରମ୍ଭ କରାଯାଇଛି । ଏହି ଆପ ଅନୁଗୁଳ ଜିଲ୍ଲାର ଅନୁଗୁଳ, ବଅଁରପାଳ, ତାଳଚେର, କଣିହାଁ, ଛେଣ୍ଡିିପଦା ବ୍ଲକରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି । ବନ୍ୟପ୍ରାଣୀ-ମଣିଷ ସଂଘର୍ଷ ଯୋଗୁଁ ଅନୁଗୁଳ ବନଖଣ୍ଡ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବନ୍ୟପ୍ରାଣୀଙ୍କ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ ଦ୍ୱାରା ବନ୍ୟପ୍ରାଣୀ ଓ ମଣିଷଙ୍କ ମୃତ୍ୟୁ ଓ ଆହତ ଘଟଣା ହ୍ରାସ ପାଇବ ।
ଏହି ଆଶା ନେଇ ଏହି ଆପ କରାଯାଇଥିବା ଜଣାଯାଇଛି । ବନ୍ୟପ୍ରାଣୀଙ୍କ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇ ଏସଏମଏସ, ଭଏସ କଲ ମାଧ୍ୟମରେ ଅନୁଗୁଳ ବନଖଣ୍ଡ ପକ୍ଷରୁ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଲୋକମାନେ ନିୟନ୍ତ୍ରଣ କକ୍ଷରେ ଟୋଲ ଫ୍ରି ନମ୍ବର ୧୮୦୦୩୧୫୫୫୫୫ରେ ଏହି ଆପରେ ନିଜର ମୋବାଇଲ ନମ୍ବର ସାମିଲ କରିବା ପାଇଁ ଯୋଗାଯୋଗ କରିପାରିବେ । ଏହା ସହ ଲୋକମାନେ ଗୁଗୁଲ ପ୍ଲେଷ୍ଟୋରରୁ ଏହି ଆପ ଡାଉନଲୋଡ ସହ ପଜିଂକରଣ କରି ପାରିବେ । ଏହି ଆପ ମୁଖ୍ୟତଃ ବନ୍ୟପ୍ରାଣୀଙ୍କ ଗତିବିଧି, ଅନ୍ୟାନ୍ୟ ଅଭିଯୋଗ, ଚାରା ଆବଶ୍ୟକତା ସମ୍ପର୍କରେ ସେବା ଯୋଗାଇବ । ଏହା ମାଧ୍ୟମରେ ଲୋକମାନେ ସମସ୍ୟା ସୃଷ୍ଟିକାରୀ ଜନ୍ତୁ ଓ ଉଦ୍ଧାର ହେବାକୁ ଥିବା ବନ୍ୟପ୍ରାଣୀ ସମ୍ପର୍କରେ ସୂଚନା ଦେଇ ପାରିବେ । ବନ ବିଭାଗ ସଂକ୍ରାନ୍ତୀୟ କୋ÷ଣସି ଅଭିଯୋଗ ଥିଲେ ସିଧାସଳଖ ଡିଏଫଓ କାର୍ଯ୍ୟାଳୟକୁ ପଠାଇ ପାରିବେ ବୋଲି ଜଣାଯାଇଛି ।