ଗୋଟିଏ ନିର୍ଦ୍ଧିଷ୍ଟ ବୟସ ସୀମା ପରେ ମଣିଷ ଶରୀରରେ ଭାତୁଡ଼ି ଦେଖିବାକୁ ମିଳିଥାଏ l ଯାହା ଶରୀରର ଯେ କୌଣସି ଅଙ୍ଗ ଯେପରିକି ମୁହଁ, ବେକ, ହାତ, ଗୋଡ଼, ପିଠି ଯେ କୌଣସି ସ୍ଥାନରେ ଉଠିଥାଏ l ଯଦି ଆପଣ ଭାତୁଡ଼ି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆୟୁର୍ବେଦ ଅନୁସାରେ କିଛିଟା ଘରୋଇ ଉପଚାର କୁ ଗ୍ରହଣ କରନ୍ତୁ lଭାତୁଡ଼ି ହଟାଇବାର ଘରୋଇ ଉପଚାର –
* ଆପେଲ ସାଇଡ଼ର ଭିନେଗାର –
ଯଦି ଆପଣ ଆପେଲ ସାଇଡ଼ର ଭିନେଗାର ର ବ୍ୟବହାର କରିବେ ତେବେ ଭାତୁଡ଼ି ମୂଳରୁ ନଷ୍ଟ ହୋଇଯିବ l ଆପଣ ନିୟମିତ ଭାବରେ ୧୦ଦିନ ପର୍ଯ୍ୟନ୍ତ ଆପେଲ ସାଇଡ଼ର ଭିନେଗାର କିଛି ନିଅନ୍ତୁ ଓ ତାହାକୁ ଗୋଟିଏ ତୁଳା ସାହାଯ୍ୟରେ ଲଗାନ୍ତୁ ଦେଖିବେ ଠିକ ହୋଇଯିବ l ଏହାକୁ ଲଗାଇବା ଦ୍ୱାରା ଭାତୁଡ଼ି ରଙ୍ଗ ଟିକେ ଗାଢ଼ ହୋଇଯିବ l ଏହାପରେ ତ୍ୱଚାରୀ ସୁଖୀ ଝଡି ପଡିବ l ଯଦି ସାମାନ୍ୟ ପଡିବ ତେବେ ଆପଣ ଏଲୋଭେରା ଜେଲ ଲଗାଇ ତାହାକୁ ଠିକ କରିପାରିବେ l
* ରସୁଣ ପାଖୁଡା –
ଭାତୁଡ଼ି କୁ ମୂଳରୁ ହଟାଇବା ପାଇଁ ରସୁଣ ପାଖୁଡା କୁ ବାଟି ତେହାକୁ ଭାତୁଡ଼ି ଉପରେ ଘସନ୍ତୁ l ଏହାକୁ ଆପଣ ପ୍ରତିଦିନ କରିବେ l ଏହାଦ୍ୱାରା ଭାତୁଡ଼ି ସୁଖୀ କିଛିଦିନ ମଧ୍ୟରେ ଖସି ପଡିବ l
* ଲେମ୍ବୁ ରସ –
ଲେମ୍ବୁ ରୁ ରସ ବାହାରକରି ତାହାକୁ ଟିକିଏତୁଳ ସାହାଯ୍ୟ ରେ ଭାତୁଡ଼ି ରେ ଉପରେ ଲଗାନ୍ତୁ, କିଛିଦିନ ପରେ ଭାତୁଡ଼ି ସୁଖିବାକୁ ଆରମ୍ଭ କରିବ ଓ ଖସି ପଡିବ l କିନ୍ତୁ ଆପଣ ଏହାକୁ ଲଗାତାର ଲଗାଇବେ l
* ଆଳୁ ରସ –
ଆଳୁକୁ କାଟି ଭାତୁଡ଼ି ଉପରେ ଘସନ୍ତୁ l ଏଭଳି ଆପଣ ଲଗାତାର ୧୦ ଦିନ ପର୍ଯ୍ୟନ୍ତ କରନ୍ତୁ l ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପରେ ଭାତୁଡ଼ି ଟି ସୁଖୀ କଳା ପଡ଼ିଯିବ l କିଛିଦିନ ମଧ୍ୟରେ ଖସି ପଡିବ l ନଚେତ ଆପଣ ଆଳୁ ରସ କୁ ବାହାରକରି ସେଥିରେ ଲେମ୍ବୁ ରସ ମିଶାଇ ନିୟମିତ ଭାତୁଡ଼ି ଉପରେ ମଧ୍ୟ ଖଣ୍ଡିଏ ତୁଳା ସାହାଯ୍ୟ ରେ ଲଗାଇ ପାରିବେ l ଭାତୁଡ଼ି ଖୁବ ସହଜରେ ଖସି ପଡିବ l
