Odisha news

ଭାତ ପେଜ ଶରୀର ପାଇଁ ରାମବାଣ ସଦୃଶ , ଜାଣନ୍ତୁ ଶରୀରକୁ କଣ ସବୁ ଲାଭ ମିଳିବ

0

ପ୍ରତି ଭାରତୀୟ ଘରେ ଭାତ ରନ୍ଧା  ଯାଇଥାଏ ପ୍ରତିଦିନ l ଆମେ ସବୁବେଳେ ଭାତ ରାନ୍ଧି ସାରି ତାର ପେଜ କୁ ବା ପାଣି କୁ ଫିଙ୍ଗି ଦେଇଥାଉ l ଯଦି ଆପଣ ପ୍ରତିଦିନ ଭାତ ପେଜ ଫିଙ୍ଗି ଦେଉଛନ୍ତି ତେବେ ବନ୍ଦ କରି ଦିଅନ୍ତୁ l  କାହିଁକି ଆପଣ ଏହା ଜାଣି ନାହାନ୍ତି ଯେ ଭାତ ପେଜ ଶରୀର ପାଇଁ କେତେ ହିତକର l  ଏହା ଅନେକ ରୋଗ ଠାରୁ ଆମକୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ଏଥିରେ ପ୍ରୋଟିନ, ଫାଇବର, ଏନ୍ଟିଆକ୍ସିଡେଣ୍ଟ, କ୍ୟାଲସିୟମ, ଡାଏଟାରି ଫାଇବର, ଜିଙ୍କ, ପୋଟାସିୟମ ଭଳି ଅନେକ ପ୍ରକାର ମିନେରାଲସ ରହିଥାଏ l

ଆସନ୍ତୁ ଆଜି ଜାଣିବା ଭାତ ପେଜ ରେ କେଉଁସବୁ ଲାଭ ମିଳିଥାଏ –
– ଭାତ ପେଜ ଫାଇବର ରେ ଭରପୁର ଅଟେ, ଏହି କାରଣରୁ ପାଚନ ତନ୍ତ୍ର କୁ ସୁରକ୍ଷିତ ରଖିଥାଏ l  ଏହାକୁ ନିୟମିତ ସେବନ ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l  ଏହା ଅନ୍ତ ରେ ଗୁଡ଼ ବ୍ୟାକ୍ଟେରିଆ କୁ ସକ୍ରିୟ କରିଥାଏ l  ଯାହାଦ୍ୱାରା ଆପଣଙ୍କ ଡ଼ାଈଜେଷ୍ଟିଭ ସିଷ୍ଟମ ସୁସ୍ଥ ରହିଥାଏ l

– ଯଦି ଖରାଦିନେ ଏ[ପାନ ଥକା ଲାଗୁଚି କିମ୍ବା ଶକ୍ତି ହୀନତାର ସମୁଖୀନ ହେଉଛନ୍ତି ତେବେ ପେଜ ହେଉଛି ଗୋଟିଏ ଭଲ ମାଧ୍ୟମ l  ଏଥିରେ କାର୍ବୋହାଇଡ୍ରେଟ ଭରପୁର ମାତ୍ରାରେ ରହିଥାଏ ସେଥିପାଇଁ ଏନର୍ଜି ମିଳିଥାଏ l ପେଜ ପିଇବା ଦ୍ୱାରା ଶରୀର ହାଇଡ୍ରେତ ରହିଥାଏ l

– ଜ୍ୱର ସମୟରେ ଯଦି ଆପଣ ପେଜ ପିଉଛନ୍ତି ତେବେ ଏହାଦ୍ୱାରା ତାପମାତ୍ରା ହ୍ରାସ ହୋଇଥାଏ l ଆୟୁର୍ବେଦ ଅନୁସାରେ ପେଜ ଶରୀର କୁ ଭିତରୁ ଥଣ୍ଡା ରଖି ତାପମାତ୍ରା ନିୟନ୍ତ୍ରିତ ରଖିଥାଏ l

– ଯଦି ଆପଣ ଡ଼ାଇରିଆ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ପେଜ ଗୋଟିଏ ଉତ୍ତମ ବିକଳ୍ପ ଅଟେ l  ଏହାଦ୍ୱାରା ଡ଼ାଇରିଆ ସମସ୍ୟାରୁ ଆରାମ ମିଳିଥାଏ l

– ଭାତ ପେଜ ଉଚା ରକ୍ତଚାପ ସମସ୍ୟା ପାଇଁ ଖୁବ ହିତକର ଅଟେ l  ଏଥିରେ ଫାଇବର, ଭିଟାମିନ, ଆଇରନ, ଫାଇଟୋକେମିକାଲଶ, ମଗ୍ନେଶୀୟମ ଓ ପୋଟାସିୟମ ରହିଥାଏ l ଯାହା ଉଚ ରକ୍ତଚାପ କୁ ନିୟନ୍ତ୍ରଣ ବା ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ l

Nalco
Leave A Reply