Odisha news

ଚାଣକ୍ୟ ନୀତି : ଏହି କାରଣରୁ ପୁରୁଷ ମାନଙ୍କ ନିକଟରେ ଶୀଘ୍ର ଆସିଥାଏ ବାର୍ଦ୍ଧକ୍ୟ, କରନ୍ତୁ ନାହିଁ ଏଭଳି ଭୁଲ

0

ମହାନ ବିଦ୍ୱାନ ଚାଣକ୍ୟ ନିଜ ନୀତିଶାସ୍ତ୍ର କୁ ନେଇ ମଣିଷ ଜୀବନ ର ଅନେକ ସଚେତନ କରିଛନ୍ତି l ଭାରତରେ ଏଭଳି କୌଣସି ବ୍ୟକ୍ତିନାହିଁ ଯିଏ ଆଚାର୍ଯ୍ୟ ଚାଣକ୍ୟ ନୀତି ବିଷୟରେ ଜାଣିନାହିଁ l ଅଖଣ୍ଡ ଭାରତର ସବୁଠୁ ବଡ ଅର୍ଥ ଶାସ୍ତ୍ରୀ , ରାଜନୈତିଜ୍ଞ ଓ କୂଟନୈତିଜ୍ଞ ଭାବରେ ଚାଣକ୍ୟ ଜଣାଶୁଣା l  ସେ ନିଜର ନୀତିଶାସ୍ତ୍ରରେ ଦର୍ଶାଇଛନ୍ତି ଯେ କେଉଁସବୁ କାର୍ଯ୍ୟ କରିବା ଦ୍ୱାରା ପୁରୁଷ ମାନଙ୍କ ନିକଟରେ ବାର୍ଦ୍ଧକ୍ୟ ଶୀଘ୍ର ଆସିଥାଏ l ମାନବ ଜୀବନ କୁ ସୁଗମ ଓ ସୁନ୍ଦର କରିବା ପାଇଁ ଚାଣକ୍ୟ ଅନେକ ଗୁଡିଏ ନୀତିବାଣୀ ଲେଖିଛନ୍ତି, ଏହିସବୁ ନିୟମ ମଣିଷ ଜୀବନ କୁ ସରଳ ଓ ସୁନ୍ଦର କରିବା ପାଇଁ ସାହାଯ୍ୟ କରିଥାଏ l

– ଏହିସବୁ କାରଣ ପୁରୁଷ ମାନେ ଖୁବ ଶୀଘ୍ର ବାର୍ଦ୍ଧକ୍ୟ ର ସମୁଖୀନ ହୁଅନ୍ତି –

– ଯେଉଁ ବ୍ୟକ୍ତି ନିୟମିତ ୧ ହଜାର ସ୍ଟେପ ପାଦରେ ଚାଲିଥାଏ ବା ହଜାରେ ପାଦ ନିୟମିତ ଚାଲିଥାଏ ସେ ସବୁବେଳେ ସୁସ୍ଥ ରହିବା ସହିତ ଯୁବକ ରହିଥାଏ l ତେଣୁ ନିଜକୁ ବାର୍ଦ୍ଧକ୍ୟ ଆସିବାକୁ ଦିଅନ୍ତୁ ନାହିଁ l
– ଯେଉଁ ପୁରୁଷ ମୁଖ ମଣ୍ଡଳ ସବୁବେଳେ ସ୍ମିତ ହାସ୍ୟ ରେ ପୁରି ରହିଥାଏ, ସେ ସର୍ବଦା ଯୁବକ ରହିଥାଏ l ଅର୍ଥାତ ମୁଖ ମଣ୍ଡଳ ରେ ସ୍ମିତ ହାସ୍ୟ ରଖିବା ଜରୁରୀ ଅଟେ l
– ଚାଣକ୍ୟ କହିଛନ୍ତି ଯେ ବନ୍ଧାହୋଇ ରହିଥିବା ଘୋଡା ମଧ୍ୟ ଶୀଘ୍ର ବୁଢା ହୋଇଯାଏ l ତେଣମ ମଣିଷ ନିଜକୁ ଖୁସି ରଖିବା ନିହାତି ଜରୁରୀ l ଯାହାଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହିତ ବାର୍ଦ୍ଧକ୍ୟ ମଧ୍ୟ ଶୀଘ୍ର ଆସିବ ନାହିଁ l
– ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ନାରୀ ନିଜ ସ୍ୱାମୀଙ୍କ ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରଣୟ କ୍ରିୟା ରେ ରହି ନଥାଏ କିମ୍ବା ସ୍ୱାମୀ ସ୍ତ୍ରୀ ସହିତ ରହିନଥାଏ ତେବେ ବାର୍ଦ୍ଧକ୍ୟ ଶୀଘ୍ର ଗ୍ରାସ କରିଥାଏ l
– ଯେମିତି ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାରେ ରହିବା ଦ୍ୱାରା କପଡା ର ରଙ୍ଗ ଉଡି ଯାଇଥାଏ, ସେହିଭଳି ଦୀର୍ଘ ଦିନ ଧରି ଦେହ ଅସୁସ୍ଥ ରହିବା ଦ୍ୱାରା ମଣିଷ ବୁଢା ହୋଇଯାଏ l  ତେଣୁ ବାର୍ଦ୍ଧକ୍ୟ କୁ ଏଡ଼ାଇବା ପାଇଁ ସୁସ୍ଥ ରହିବ ଜରୁରୀ l
-ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ସର୍ବଦା ଚିନ୍ତାରେ ଗ୍ରାସିତ ରହିଥାଏ ସେ ଖୁବ ଶୀଘ୍ର ନିଜର ଯୌବନ କୁ ହରାଇ ଥାଏ l ତେଣୁ କର୍ମ କରିବା ଆବଶ୍ୟକ ଚିନ୍ତା ଛାଡିବା ଜରୁରୀ l

Leave A Reply