Odisha news

ଭିଟାମିନ ବି ୧୨ କଣ ? ଏହା ଶରୀରକୁ କେଉଁ ପ୍ରକାର କ୍ଷତି ପହଞ୍ଚାଇ ଥାଏ

0
ଆମ ଶରୀର କୁ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ଓ ଭିଟାମିନ ର ଆବଶ୍ୟକତା ରହିଥାଏ l ଏହି ଭିଟାମିନ ଆମ ଶରୀରକୁ ଗଠନ କରିବା ସହିତ ଆମକୁ ମଜବୁତ ରଖିବାରେ ମୁଖ୍ୟ କାର୍ଯ୍ୟ କରିଥାଏ l କିନ୍ତୁ କୌଣସି ଗୋଟିଏ ଭିଟାମିନ ର ଯଦି ସାମାନ୍ୟ କମ ବେଶୀ ହୋଇଯାଏ ତେବେ ଆମେ ଅନେକ କଷ୍ଟର ଶିକାର ହୋଇଥାଉ l ସେମିତି ମଣିଷ ନିଜକୁ ଖୁସି ରଖିବା ପାଇଁ ମଧ୍ୟ ଭିଟାମିନ ର ଅନେକ ଯୋଗଦାନ ରହିଛି , ସେହି ଭିଟାମିନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି B 12 l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଭିଟାମିନ ବି 12 କମିବା ଦ୍ୱାରା ମଣିଷ ମାନସିକ ଅବସାଦ ର ଶିକାର ହୋଇଥାଏ l
ଭିଟାମିନ ବି 12 କମିବାର ଲକ୍ଷଣ –
– ଥକା ଲାଗିବା ଓ ଦୁର୍ବଳ ଲାଗିବା
– ପ୍ରଶ୍ୱାସ ନେବାକୁ କଷ୍ଟ ବା ଅସୁବିଧା ହେବା
– ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ, ହାର୍ଟ ବିଟ ବିଶେଷ ଭାବରେ ପ୍ରଭାବିତ ହୁଏ
– ମନ ପରିବର୍ତନ ବା ଡିପ୍ରେସନ ର ଶିକାର ଦେଖାଯାଏ ଓ ନ୍ୟୁରୋଲୋଜିକାଲ ପ୍ରବ୍ଲେମ ମଧ୍ୟ ହୋଇଥାଏ
କେଭାଳି ଭିଟାମିନ ବି 12 ର କମି କୁ ପୁରା କରିବେ -:
– ବିଭିନ୍ନ ପ୍ରକାର ମାଂସାହାରୀ ଖାଦ୍ୟରେ ଭିଟାମିନ ବି 12 ରହିଥାଏ l ଯେପରିକି ମାଛ, ମାଂସ, ଅଣ୍ଡା ଇତ୍ୟାଦି ସାମାନ୍ୟ ପରିମାଣ ରେ ନିଜ ଖାଦ୍ୟ ରେ ସାମିଲ କରନ୍ତୁ l
– ଦୁଗ୍ଧ ଜାତିଟା ଜିନିଷ କ୍ଷୀର, ପନିର , ଦହି ଲସି ଇତ୍ୟାଦି ଅଧିକ ପରିମାଣ ରେ ସେବନ କରିବା ଜରୁରୀ l ଏହିସବୁ ଜିନିଷ ରେ ଭିଟାମିନ ବି 12 ରହିଥାଏ l
– ଯେଉଁମାନେ ଶାକାହାରୀ ସେମାନେ ନିଜ ଖାଦ୍ୟ ରେ ମାସରୁମ ବା ଛତୁ କୁ ଶାମିଲ କରିପାରିବେ l ପ୍ରତିଦିନ ୫୦ ଗ୍ରାମ ଛତୁ ନିହାତି ଖାଇବା ଜରୁରୀ l
– ଏହାଛଡା ସବୁଜ ପନିପରିବା ଓ ଫ୍ରେଶ ଫଳ ମଧ୍ୟ ସେବନ କରନ୍ତୁ l
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଭିଟାମିନ ବି 12 ଯୁକ୍ତ ଖାଦ୍ୟ ମଣିଷ ମନକୁ ପ୍ରଫୁଲ୍ଲ ରଖିବା ସହିତ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l
Leave A Reply