Odisha news

ସଫଳ ବ୍ୟକ୍ତିଙ୍କ ନିକଟରୁ ଶିଖନ୍ତୁ ଏହି ୬ଟି କଥା, ବଦଳି ଯିବ ଆପଣଙ୍କ ଭାଗ୍ୟ

0
ଜୀବନ ରେ ସଫଳତା ଲାଭ କରିବା ଏତେ ସହଜ ନୁହେଁ l ସେଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ , ଜୀବନ ରେ ପରିଶ୍ରମ ଦ୍ୱାରା ହିଁ ମଣିଷ ସବୁକିଛି ଲାଭ କରିଥାଏ l ବିନା ପରିଶ୍ରମ ରେ ଜୀବନ ବଞ୍ଚିବା ହୋଇଯାଏ କଠିନ l ସଫଳତା ପାଇବା ପାଇଁ ସବୁଠୁ ଜରୁରୀ ହେଉଛି ଆପଣ ନିଜକୁ ସର୍ବ ପ୍ରଥମେ ମୋଟିଭେଟ କରନ୍ତୁ l ସବୁବେଳେ ନିଜକୁ ନିଜେ ସ୍ଥିର ରଖିବା ଜରୁରୀ ଯେ ମୁଁ ସବୁକିଛି କରିପାରିବି l ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ କହିବୁ ଯାହା ଆପଣଙ୍କୁ ଜୀବନ ରେ ସଫଳତା ଆଡକୁ ନେଇଯିବ l
– ଅସୁବିଧା ସମୟରେ ମନରେ ଡର ରଖନ୍ତୁ ନାହିଁ –
ଯେତେବେଳେ ମଣିଷ କିଛି ପାଇବା ପାଇଁ କାମ ଆରମ୍ଭ କରିଥାଏ, ସେହି ସମୟରେ ଅନେକ ଅସୁବିଧାର ସମୁଖୀନ ହୋଇଥାଏ l କିଛି ଲୋକ ଅସୁବିଧା ଦେଖି ଭୟ କରି ଯାଆନ୍ତି ଓ ନିଜର କାମକୁ ଅଧାରେ ଛାଡି ଦିଅନ୍ତି l ତେଣୁ ଯେଉଁ ଲୋକମାନେ ସଫଳ ହୁଅନ୍ତି ସେମାନେ ଅସୁବିଧାକୁ ଗୋଟିଏ ଚାଲେଞ୍ଜ ଭଳି ନିଅନ୍ତି l
– ଏକୁଟିଆ ରେ ରହିବା ଶିଖିବା ଆବଶ୍ୟକ –
ଯେଉଁ ଲୋକମାନେ ସଫଳ ହୋଇ ଥାଆନ୍ତି, ସେମାନେ ନିଜ ସହିତ ସମୟ ଅତିବାହିତ କରିବାକୁ ଚାହିଁ ଥାଆନ୍ତି l ଆପଣ ମଧ୍ୟ ନିଜ ସହିତ ନିଜେ ସମୟ ବିତାଇବା ଶିଖିବା ଆବଶ୍ୟକ l ଆପଣ ନିଜ ସହିତ ଜୀବନ ବିତାଇ ନିଜକୁ ନିଜେ ସଫଳତା ଆଡକୁ ନେଇପାରିବେ l ଏକୁଟିଆ ରେ ମଣିଷ ରହିବl ଦ୍ୱାରା ନିଜକୁ ନିଜେ ଠିକ ଭାବରେ ଜାଣିପାରି ଥାଏ l
– ସବୁବେଳେ ଉପଯୁକ୍ତ ସମୟ କୁ ଅପେକ୍ଷା କରିବା ଉଚିତ ନୁହେଁ –
ସଫଳ ବ୍ୟକ୍ତି କଦାପି ନିଜ ଜୀବନ ରେ କୌଣସି କାର୍ଯ୍ୟ କରିବା ପାଇଁ ଠିକ ସମୟ ର ଅପେକ୍ଷା କରନ୍ତି ନାହିଁ l ଯେ କୌଣସି କାର୍ଯ୍ୟ କରିବା ପାଇଁ ସଫଳ ବ୍ୟକ୍ତି ସର୍ବଦା ତତ୍ପର ରହି ଥାଆନ୍ତି l ସମୟ ର ମୂଲ୍ୟ କୁ ବୁଝିଥିବା କାରଣରୁ ସଫଳ ହୋଇ ଥାଆନ୍ତି l
– ସବୁବେଳେ ଶିଖିବାର ଇଛା ରଖିବା ଆବଶ୍ୟକ –
ସବୁବେଳେ କିଛିନା କିଛି ଶିଖିବାର ଇଛା ଯେଉଁ ବ୍ୟକ୍ତି ନିଜ ଜୀବନ ରେ ରଖିଥାଏ, ସେ ସବୁବେଳେ ସଫଳତା ଲାଭ କରିଥାଏ l କାହିଁକି ନା ଆମେ ନିଜେ ଯେତେ ନୂଆ ନୂଆ ଜିନିଷ ଶିଖିବା ଆମକୁ ତାହା ସେତେ ଅଧିକ ସଫଳତା ଦେବ l
– ସବୁବେଳେ ଜୀବନ ରେ ସକାରାତ୍ମକ ଭାବନା ରଖନ୍ତୁ –
ସଫଳ ବ୍ୟକ୍ତି ର ସବୁଠୁ ବଡ଼ ଗୁଣ ହେଲା ସେ ଜୀବନ ରେ ପ୍ରତ୍ୟେକ ପରିସ୍ଥିତି ରେ ସକାରାତ୍ମକ ଭାବନା ରେ ରହିବା ଜରୁରୀ l ମଣିଷ ମନର ସକାରାତ୍ମକ ଭାବନା ତାକୁ ଜୀବନ ରେ ଆଗକୁ ନେବାରେ ସାହାଯ୍ୟ କରିଥାଏ l
– ରିସ୍କ ନେବା ଶିଖନ୍ତୁ –
ଯେଉଁ ବ୍ୟକ୍ତିମାନେ ସଫଳ ହୋଇଛନ୍ତି ସେମାନେ କଦାପି ରିସ୍କ ନେବାକୁ ଭୟ କରନ୍ତି ନାହିଁ, ସେମାନେ ନିଜ ଜୀବନ ରେ ରିସ୍କ ନେଇ ଆଗକୁ ବଢି ଥାଆନ୍ତି l ଅନେକ ସମୟରେ ଆମେ ରିସ୍କ ନେଇ ଏଭଳି ଗୋଟିଏ ସ୍ଥାନରେ ପହଂଚି ଥାଉ, ଯାହା ଆମକୁ ସଫଳ କରିଦେଇ ଥାଏ l

Leave A Reply