Odisha news

ଜ୍ୟେଷ୍ଠମାସ ଗୁରୁବାର ଦିନ ଦାନ କରନ୍ତୁ ଏହି ଜିନିଷ, ଦାରିଦ୍ରତା ନାଶ ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ

0
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ତୃତୀୟ ମାସକୁ ଜ୍ୟେଷ୍ଠ ମାସ କୁହାଯାଇଥାଏ l ଏହି ଜ୍ୟେଷ୍ଠମାସ ଗୁରୁବାର ର ଅନେକ ମହତ୍ୱ ରହିଛି l ଏହି ମାସର ସମାପନ ଜୁନ ୪ ତାରିଖ ୨୦୨୩ ରେ ହେବ l ଜ୍ୟେଷ୍ଠ ମାସ ବିଶେଷ ଭାବରେ ଦାନ ପୁଣ୍ୟ ପାଇଁ ମହତ୍ଵପୁର୍ଣ ଅଟେ l ଜ୍ୟେଷ୍ଠ ମାସରେ ଖରା ର ପ୍ରକୋପ ଖୁବ ଅଧିକ ଦେଖାଯାଇ ଥାଏ l ବିଶେଷ ଭାବରେ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ରେ ଜଳଦାନ ଅନେକ ମହତ୍ୱ ରହିଥାଏ l ତେବେ ଆଜି ଆସନ୍ତୁ ଜାଣିବା ଜଳଦାନ ର କଣ ରହିଛି ମହତ୍ୱ l
ଶାସ୍ତ୍ର ଅନ୍ମୁସାରେ ଜ୍ୟେଷ୍ଠମାସ ରେ ଜଳ ସଂରକ୍ଷଣ ର ବିଶେଷ ମହତ୍ୱ ବିଷୟରେ କୁହାଯାଇଛି l ଏହି ମାସରେ ଗ୍ରୀଷ୍ମ ର ଅଧିକ ପ୍ରକୋପ ରହିଥିବା କାରଣରୁ ନଦୀ, ପୋଖରୀ ଓ କୂଅ ଇତ୍ୟାଦି ସୁଖୀ ଯାଇଥାଏ l ତେଣୁ ଏହି ମାସରେ ଜଳ ନଷ୍ଟ ନକରି ଦାନ କରାଯାଇ ଥାଏ , କାହିଁକି ନ ଜଳ ନଷ୍ଟ କରିବା ଦ୍ୱାରା ମା ଲକ୍ଷ୍ମୀ ଓ ବିଷ୍ଣୁ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏହିମାସ ରେ ଯେଉଁ ବ୍ୟକ୍ତି ଜଳଦାନ କରିଥାଏ ତାର ଭଣ୍ଡାର କଦାପି ଖାଲି ହୋଇ ନଥାଏ l ଏହିମାସ ରେ ମଧ୍ୟ ବରୁଣଦେବ ଙ୍କୁ ଉପାସନା କରାଯାଇ ଥାଏ l
ଜ୍ୟେଷ୍ଠ ମାସରେ ଜଳଦାନ କଣ ରହିଛି ଲାଭ –
* ବିଶେଷ ଭାବରେ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଗୁରୁବାର ଦିନ ପଶୁ – ପକ୍ଷୀ ଙ୍କ ଜଳଦାନ କରିବା ଦ୍ୱାରା ଜୀବନ ରେ ଉନ୍ନତି ହୋଇଥାଏ ଓ ଘର ପରିବାର ର ରିଷ୍ଟ ଖଣ୍ଡନ ହୋଇଥାଏ l ସମସ୍ତ ବାଧାବିଘ୍ନ ର ବିନାଶ ହୋଇ ଜୀବନ ସୁଖମୟ ହୋଇଥାଏ l
* ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ଗୁରୁବାର ଦିନ ଯଦି ଆପଣ ବାଟୋଇ ମାନଙ୍କୁ ଜଳଦାନ କରିବେ ତେବେ ଦରିଦ୍ରତା ନାଶ ହୋଇଥାଏ l ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଜ୍ୟେଷ୍ଠମାସ ରେ ବାଟୋଇ ଓ ପଥିକ ମାନଙ୍କ ପାଇଁ ଜଳଦାନ ବ୍ୟବସ୍ଥା କରିଥାଏ ସେହି ବ୍ୟକ୍ତି ସର୍ବଦା ସୁଖରେ ଜୀବନ ଅତିବାହିତ କରିଥାଏ l ମା ଲକ୍ଷ୍ମୀ ଏଭଳି ବ୍ୟକ୍ତିଙ୍କ ଉପରେ ସନ୍ତୁଷ୍ଟ ରହି ଥାଆନ୍ତି ଓ ପିତୃ ପୁରୁଷ ଙ୍କ କୃପା ଲାଭ ହୋଇଥାଏ l
* ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ର ୧୮ଦିନ ପର୍ଯ୍ୟନ୍ତ ଗଛବୃକ୍ଷ ଜଳଦାନ କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ l ଗ୍ରହ ମାନଙ୍କ ଖରାପ ପ୍ରଭାବ ରୁ ରକ୍ଷା ମିଳିଥାଏ l ବିଶେଷ ଭାବରେ ଓସ୍ତ , ବରଗଛ , ତୁଳସୀ ଗଛରେ ଜଳ ଅର୍ପଣ କରିବା ଦ୍ୱାରା ଦୁଇଗୁଣ ଅଧିକ ଫଳ ଲାଭ ହୋଇଥାଏ l
Leave A Reply