ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର : ଅସ୍ଥାୟୀ ପିଠରୁ ଦେବୀଙ୍କ ମୁଖ୍ୟ ପୀଠକୁ ପ୍ରତ୍ୟାବର୍ତନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ର ଐତିହାସିକ ଠାକୁରାଣୀ ଯାତ୍ରା ଆଜି ସମାପ୍ତ ହେଇଯାଇଛି, ମା ଭଗବତୀ ରାଜ ରାଜେଶ୍ୱରୀ ଶ୍ରୀ ଶ୍ରୀ ଶ୍ରୀ ବ୍ୟାଘ୍ରଦେବୀ ଏବଂ ମା ଭଗବତୀ ଶ୍ରୀ ଶ୍ରୀ ଶ୍ରୀ ଗ୍ରାମଦେବତୀ ଠାକୁରାଣୀ ରାତ୍ର ଘ.8.45 ମି. ସମୟେ ଅସ୍ଥାୟୀ ଗମ୍ଭୀରାରୁ ପୂର୍ଵ ମୁଖ ହୋଇ ମୈନ ରୋଡ ଅତିକ୍ରମ କରି ଭଞ୍ଜସାହିତ୍ୟ ପରିଷଦ ଛକ ପର୍ଯ୍ୟନ୍ତ ଗଲେ, ସେଠାରୁ ଦକ୍ଷିଣ ମୁଖ ହୋଇ ମସଜିଦ ଛକ ପର୍ଯ୍ୟନ୍ତ ଗଲେ, ସେଠାରୁ ପଶ୍ଚିମ ମୁଖ ହୋଇ ଶିବାନନ୍ଦ ସାହି ଅତିକ୍ରମ କରି ପଲିବାସୀ ପ୍ରେସ ଛକ ପର୍ଯ୍ୟନ୍ତ ଯାତ୍ରା କରିଲେ, ସେଠାରୁ ଦକ୍ଷିଣ ମୁଖ ହୋଇ ନାରାୟଣ ମନ୍ଦିର ସାହି ଅତିକ୍ରମ କରି ଡେରାସାହି ସ୍ଥିତ ଦେଶୀ ବେହେରାଙ୍କ ବାସଭବନ ଠାରେ ପୂଜା ଅର୍ଚନା ସାରିଲେ, ସେଠାରୁ ଉତ୍ତର ମୁଖ ହୋଇ ପୁରୁଣା ବଜାର ସାହି ଅତିକ୍ରମ କରି ମୈନ ରୋଡ କୁ ବାହାରିଲେ, ସେଠାରୁ ଖାଲାସି ସାହି ଛକ ପର୍ଯ୍ୟନ୍ତ ଗଲେ, ସେଠାରୁ ଉତ୍ତର ମୁଖ ହୋଇ ରେଡ କ୍ରସ ରୋଡ (ଖାଲାସି ସାହି ) ଅତିକ୍ରମ କରି ୟୁ.ବି ହାଇସ୍କୁଲ ଛକ ପର୍ଯ୍ୟନ୍ତ ଗଲେ, ସେଠାରୁ ପୂର୍ବ ମୁଖ ହୋଇ ହାଇସ୍କୁଲ ରୋଡ ଅତିକ୍ରମ କରି ଏଲ. ଆଇ. ସି ଅଫିସ ଛକ ପର୍ଯ୍ୟନ୍ତ ଗଲେ, ସେଠାରୁ ଦକ୍ଷିଣ ମୁଖ ହୋଇ ମହାବୀର ଛକ ପର୍ଯ୍ୟନ୍ତ ଗଲେ, ସେଠାରୁ ପୂର୍ବ ମୁଖ ହୋଇ ବଳଭଦ୍ର ଆରୁଖ କୃଷକ ବଜାର ଦେଇ ଭେଟ ସ୍ଥଳରେ ପହଁଚିଲେ, ସେଠାରେ ମା ଙ୍କ ଭେଟନୀତି ସମାପନ ମା ବ୍ୟାଘ୍ରଦେବୀ କୁଲାଡ଼ ଗ୍ରାମସ୍ଥିତ ମୁଖ୍ୟପୀଠକୁ ପ୍ରତ୍ୟାଗମାନ କରିଲେ, ସେହିପରି ମା ଗ୍ରାମଦେବତୀ ଠାକୁରାଣୀ ମହାବୀର ଛକ ତହସିଲ କାର୍ଯ୍ୟାଳୟ ଛକ ଦେଇ ମୈନ ରୋଡ ଅତିକ୍ରମ କରି ପୁରୁଣାବଜାର ସାହି ଦେଇ ଡେରାସାହି ଦେଶିବେହେରାଙ୍କ ବାସଭବନ ହୋଇ ମୁଖ୍ୟ ପୀଠକୁ ପ୍ରତ୍ୟାଗମାନ କରିଲେ, ଆଜି ରାମଲୀଳା, କୃଷ୍ଣଲୀଳା, ପ୍ରହଲ୍ଲାଦ ନାଟକ ଓ ଭାରତଲୀଳା ନାଟକ ମୈନ ରୋଡ ଓ ପୁରୁଣାବଜାର ସାହି ଏବଂ ଡେରାସାହିରେ ନାଟକ ପରିବେଷଣ କରାଯାଇଥିଲା, ଆଜିର ଏହି ସମାପନ ଉଛବରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଶୋଇ, ଉପସଭାପତି ବିନୟ ରଥ, ମୁରଲୀ ପଣ୍ଡା, ବୁଲୁ ଦାସ, ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଜ୍ଞ୍ୟାପିତ ଅଂଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ସହ ସମ୍ପାଦକ ସୁଶାନ୍ତ ମହାପାତ୍ର, କୋଷାଧକ୍ଷ ବି. ମହେଶ୍ୱର ପାତ୍ର, ସଂସ୍କୃତିକ ସମ୍ପାଦକ ଜଗଦିଶ ପାଣିଗ୍ରାହୀ, ସଂସ୍କୃତିକ ସହ ସମ୍ପାଦକ ଲୋକନାଥ କର, ଶୁଳାପାଣି ଶତପଥୀ, ପଞ୍ଚାନନ ପାଳ, ଵାଲା ଆଚାରୀ, ଜ୍ଞାନରଞ୍ଜନ ମହାପାତ୍ର, ଇଶ୍ଵର ଆଚାରୀ, ତପନ କୁମାର ପଣ୍ଡା, ଦୀପକ ମାହାନ୍ତି, ଏବଂ ବିଜ୍ଞ୍ୟାପିତ ଅଂଚଳ ପରିଷଦର ସମସ୍ତ କାଉନସିଲର ମାନେ ସହଯୋଗ କରିଥିଲେ, ଏହି ଯାତ୍ରାକୁ ପ୍ରତେକ ଦିନ ସିଧା ପ୍ରସାରଣ କରୁଥିଲେ ତ୍ରିମୁର୍ତ୍ତି ଷ୍ଟାର ଭିଜନ, ଯାହାର ମାଲିକ ପ୍ରସନ୍ନ କୁମାର ପଣ୍ଡା, ଲିଟିଲ ଇଲେକ୍ଟ୍ରୋନିକ, ଭଞ୍ଜନଗର, ମଇ 3 ତାରିଖ ବୁଧବାର ଦିନ ଯାତ୍ରା ଶୁଭାରମ୍ଭ ହେଇ ଥିଲା, ଆଜି ମଇ 24 ବୁଧବାର ଦିନ ଠାକୁରାଣୀ ଯାତ୍ରାର ପରିସମାପ୍ତି ଘଟିଲା, ଯାତ୍ରା ଦୀର୍ଘ 21 ଦିନ ଧରି ଭଞ୍ଜନଗର ସହରରେ ଚାଲିଥିଲା, ରାମଦୋଳି, ମିନାବଜାର, ଅପେରା ସାଙ୍ଗକୁ ଯାତ୍ରା କମିଟି ଦ୍ୱାରା କବିସମ୍ରାଟ ରଙ୍ଗମଞ୍ଚ ରେ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟ କରିଥିଲେ, ଓଡିଶାର ସୁନାମ ଧନ୍ୟ କଳାକାର ମାନେ ଆସିକି ଏହି ରଙ୍ଗମଞ୍ଚରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଭଞ୍ଜନଗର ସହରର ବହୁ ସଂଗୀତ ଏକାଡେମୀ ଏଥିରେ ଅଂଶ ଗ୍ରହଣ କରିଥିଲେ, ଭଞ୍ଜନଗର ସହର କୁ ଚାରିପଟୁ ବହୁ ଲୋକ ଆସି ଏହି ସବୁ ପ୍ରୋଗ୍ରାମ କୁ ଦେଖୁଥଲେ, ସହରରେ ପ୍ରତେକ ଦିନ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଥିଲା, ଏ ସବୁକୁ ଦୃଷ୍ଟିରେ ରଖି ଭଞ୍ଜନଗର ଥାନା ଅଧିକାରୀ ଧୀରେସ କୁମାର ଦାସ ସହରରେ ବୋହୁତ ପୋଲିସ ମୁତୟନ କରିଥିଲେ, ନିଜେ ଥାନା ଅଧିକାରୀ ଶ୍ରୀ ଦାସ ସଦଳ ବଦଳେ ସହର ପରିକ୍ରମା କରୁଥିଲେ, ଉପଖଣ୍ଡ ଆରକ୍ଷୀ ଅଧକ୍ଷକ ବିଶ୍ଵାମିତ୍ର ହରପଲ ନିଜେ ସବୁ କାର୍ଯ୍ୟକୁ ତଦାରଖ କରୁଥିଲେ, ଏହି ଯାତ୍ରାର ମୁଖ୍ୟ ଉପଦେଷ୍ଟା ଭାବେ ଭଞ୍ଜନଗର ବିଧାୟକ ତଥା କ୍ୟାବିନେଟ ପାହ୍ୟା ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉପଦେଷ୍ଟା ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଥିଲେ