କାଶୀନଗର ତାରିଖ 25/05/23 : କାଶୀନଗର ଥାନା ଖାଣ୍ଡବା ପଂଚାୟତର ସାରା ଗ୍ରାମରେ ଆଜି ପ୍ରଭାତ ସମୟରେ କାଜୁ ବାଡ଼ରେ ହତ୍ୟା କାଣ୍ଡରେ ଜଣେ ମହିଳାର ମୃତ୍ୟୁ ଘଟିଛି. ଘଟଣାରୁ ପ୍ରକାଶ ଯେ ଆଜି ସକାଳ ସମୟରେ ସ୍ୱାମୀ ସ୍ତ୍ରୀ ମିଶି ନିଜ କାଜୁ ତୋଟାକୁ ଉଭୟ କାଜୁ ସଂଗ୍ରହ କରିବାକୁ ଯାଇଥିଲେ. କୌଣସି ଘଟଣାକୁ ନେଇ ଉଭୟ ମଧ୍ୟରେ ଝଗଡ଼ା ହେବା ପରେ ଚନ୍ଦ୍ରଶେଖର କାର୍ଜୀ ତାଙ୍କ ସ୍ତ୍ରୀ ଉର୍ମିଳା କାର୍ଜୀଙ୍କୁ (30ବର୍ଷ) ଟାଙ୍ଗୀଆରେ ହାଣି ଗଳା କାଟି ହତ୍ୟା କରିଛି. ଘଟଣା ସ୍ଥଳରେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏସ ଡି ପି ଓ ରାମକୃଷ୍ଣ ପତି ଏବଂ ପୋଲିସ ପହଂଚି ଶବ ଜବତ କରିବା ସହ ଆସାମୀକୁ ଧରି ଥାନା କେଶ ନମ୍ବର 60/23ରେ ହତ୍ୟା ଘଟଣା କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି. ଉକ୍ତ ମହିଳାର ଦୁଇ ବର୍ଷ ର ଜଣେ ଶିଶୁ ରହିଛି. ଘଟଣାର ଅନୁସନ୍ଧାନ ଚାଲିଛି