ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ: ଆର୍ଥିକ ବର୍ଷ ୨୦୨୨-୨୩ ରେ୧୪,୨୫୫ କୋଟିର ମୋଟ ଆୟ ସହ ୧,୫୪୪ କୋଟିର ନିଟ୍ ଲାଭ।
ଚତୁର୍ଥ ତ୍ରୈମାସରେ କ୍ରମାଗତ ଭାବେ ୯୧ ପ୍ରତିଶତ ଅଭିବୃଦ୍ଧି ସହ ୫୨୨ କୋଟି ଟଙ୍କାର ନିଟ୍ ଲାଭ
ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ପ୍ରଦର୍ଶନ :
– ବକ୍ସାଇଟ୍ ଉତ୍ତୋଳନ କ୍ଷେତ୍ରରେ ସର୍ବାଧିକ ୭୫.୫୧ ଲକ୍ଷ ଟନ୍ ର ସର୍ବକାଳୀନ ରେକର୍ଡ
– ନେମ ପ୍ଳେଟ କ୍ଷମତା ୨୧.୦ ଲକ୍ଷ ଟନ୍କୁ ଅତିକ୍ରମ କରି ୧୦୧.୧ ପ୍ରତିଶତ ବା ୨୧.୨୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ ଉତ୍ପାଦନ
– ସ୍ମେଲ୍ଟର ପ୍ଳାଣ୍ଟ ରେ ପୂର୍ଣ୍ଣ କ୍ଷମତା ସହ କ୍ରମାଗତ ଭାବେ ଦ୍ଵିତୀୟ ବର୍ଷ ପାଇଁ ୯୬୦ଟି ପଟ୍ କାର୍ୟ୍ୟକ୍ଷମ ହେବା ସହ ୪.୬ଲକ୍ଷ ଟନ୍ ର ଉତ୍ପାଦନ ହାସଲ
– ଘରୋଇ ବଜାରରେ ରେକର୍ଡ ପରିମାଣର ଧାତୁ ବିକ୍ରୟ ସହସର୍ବାଧିକ ୪.୬୪ ଲକ୍ଷ ଟନ୍ ର ସର୍ବକାଳୀନ ବାର୍ଷିକ ଧାତୁ ବିକ୍ରି
ଭୁବନେଶ୍ଵର, ତା ୨୪.୦୫.୨୦୨୩ ରିଖ: କେନ୍ଦ୍ର ଖଣିମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନୟାସନାଲ ଆଲୁମିନୟିମ୍ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ର ଫଳାଫଳ ଘୋଷିତ ହୋଇଛି।କମ୍ପାନୀ ସମସ୍ତ ବ୍ୟବସାୟିକ ୟୁନିଟରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।
ଆଜିର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧୫୪୪ କୋଟି ଟଙ୍କାର ନିଟ ଲାଭ ସହସମୁଦାୟ ୧୪,୨୫୫କୋଟିରମୋଟଆୟ କରିଛି। ମାର୍ଚ୍ଚ୨୦୨୩ ରେ ଶେଷହୋଇଥିବାଚତୁର୍ଥତ୍ରୈମାସିକରେ କମ୍ପାନୀର ନିଟ ଲାଭ ୫୨୨ କୋଟି ଟଙ୍କା ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୨-୨୩ର ତୃତୀୟ ତ୍ରୈମାସରେ ନିଟ ଲାଭ ୨୭୪କୋଟି ଟଙ୍କା ଥିଲା।
ଉଲ୍ଲେଖଯୋଗ୍ୟ ଯେ,ଉତ୍ପାଦନ ଖର୍ଚ୍ଚ ବୃଦ୍ଧି,ବିଶ୍ୱ ବାଣିଜ୍ୟି କକାରବାରରେ ଦେଖା ଦେଉଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ-ଚାହିଦା ଏବଂ ବଜାର ଅସ୍ଥିରତା ଯୋଗୁଁ କମ୍ପାନୀର ଲାଭ ପରିମାଣ ପ୍ରଭାବିତ ହୋଇଛି।ଏସବୁ ସତ୍ତ୍ୱେ ମଧ୍ୟ କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
ନାଲକୋ ଆର୍ଥିକ ବର୍ଷ୨୦୨୨-୨୩ରେଏହାର ବ୍ୟବସାୟିକ ଉତ୍କର୍ଷର ଯାତ୍ରାରେ ନିଜର ଅଭିବୃଦ୍ଧି ଜାରି ରଖି ଅଛି।ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ସର୍ବାଧିକ ୭୫.୫୧ ଲକ୍ଷ ଟନ୍ ର ବକ୍ସାଇଟ୍ ଉତ୍ତୋଳନ ଏବଂ ୨୧.୦ ଲକ୍ଷ ଟନ୍ ର ନେମ ପ୍ଳେଟ କ୍ଷମତାକୁ ଅତିକ୍ରମ କରି ୧୦୧.୧ ପ୍ରତିଶତ କ୍ଷମତା ପ୍ରଦର୍ଶନ ସହ ୨୧.୨୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରାଯାଇଛି।ସ୍ମେଲ୍ଟର ପ୍ଳାଣ୍ଟ ରେ ପୂର୍ଣ୍ଣ କ୍ଷମତା ସହ କ୍ରମାଗତ ଭାବେ ଦ୍ଵିତୀୟ ବର୍ଷ ପାଇଁ ୯୬୦ଟି ପଟ୍ କାର୍ୟ୍ୟକ୍ଷମ ହେବା ସହ ୪.୬ଲକ୍ଷ ଟନ୍ ର ଧାତୁ ଉତ୍ପାଦନ କରାଯାଇଛି। ଠିକ ସେହିଭଳି, ବିକ୍ରୟ କ୍ଷେତ୍ରରେ ନାଲକୋ ସର୍ବ କାଳୀନ ସର୍ବାଧିକ ୪.୬୪ ବିକ୍ରୟର ରେକର୍ଡ ହାସଲ କରିଛି, ଯେଉଁଥିରେ ସର୍ବୋଚ୍ଚ ଘରୋଇ ଧାତୁ ବିକ୍ରୟ ମଧ୍ୟ ଅନ୍ତର୍ଭୁକ୍ତ।
ଶ୍ରୀ ଶ୍ରୀଧରପାତ୍ର, ସିଏମଡି, ନାଲକୋ କହିଛନ୍ତି ଯେ ବାର୍ଷିକ ଫଳାଫଳ ଗୁଡିକ ଉଲ୍ଲେଖନୀୟ ପରିଚାଳନା ଗତ ପ୍ରଦର୍ଶନ, ବ୍ୟବସାୟିକ ତଥା ବିକ୍ରୟ କ୍ଷେତ୍ରରେ ଦୃଢ କାର୍ୟ୍ୟ ଦକ୍ଷତା ଏବଂ ଅଭି ବୃଦ୍ଧି ଦ୍ୱାରା ସମ୍ଭବ ହୋଇ ପାରିଛି।କଞ୍ଚା ମାଲର ସଦୂପ ଯୋଗଏବଂ ବିଭିନ୍ନ ବ୍ୟୟ ସଞ୍ଚୟ ପଦକ୍ଷେପ ଦ୍ଵାରା କମ୍ପାନୀ ଲାଭାନ୍ଵିତ ହୋଇଛି।ଆମେ କମ୍ପାନୀର ଉତ୍ତମ ଭବିଷ୍ୟତଏବଂ ଅଭିବୃଦ୍ଧି ନିମନ୍ତେ ଆଶାବାଦୀଓ ସର୍ବଦା ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି।
ବର୍ତ୍ତମାନ ସମୟରେ କମ୍ପାନୀ ଏହାର ୫ମ ଷ୍ଟ୍ରିମ୍ର ରୀଫାଇନାରୀ ପ୍ରକଳ୍ପର ଶୀଘ୍ର ସମାପ୍ତି ଏବଂ ଓଡ଼ିଶାର ଉତ୍କଳ ଡିଏବଂ ଇ କୋଇଲା ବ୍ଲକର ବିକାଶ ଉପରେ ଗୁରୁତ୍ତ୍ଵ ଦେଉଛି।ପ୍ରତିକୂଳ ବଜାର ପରିସ୍ଥିତିକୁ ସାମ୍ନା କରିବାରେ, ଉଦୀୟମାନ ସୁଯୋଗ ନିମନ୍ତେ ପୁଞ୍ଜିନିବେଶ ଏବଂ ହିତାଧିକାରୀ ମାନଙ୍କୁ ଦୀର୍ଘ କାଳୀନ ମୂଲ୍ୟ ପ୍ରଦାନ କରିବାରେ ଏହି ପ୍ରକଳ୍ପ ଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାତ୍ର ଆଶା ପ୍ରକଟ କରିଛନ୍ତି।