Odisha news

US -ଇରାନ Peace Deal : ସମାପ୍ତ ହୋଇଛି ଦୀର୍ଘ ୧୦୭ ଦିନର ଉତେଜନା

0

ଆମେରିକା-ଇରାନ ମଧ୍ୟରେ ହେଲା ଚୁକ୍ତି , ଯୁଦ୍ଧ ବନ୍ଦ କୁ ନେଇ ହୋଇଛି ଚୁକ୍ତି ,୧୦୭ ଦିନ ପରେ ଉଭୟ ଦେଶ ଚୁକ୍ତି କରିବାକୁ ହେଲେ ବାଧ୍ୟ  ,ଏହି ଚୁକ୍ତିକୁ ନେଇ ମଧ୍ୟସ୍ଥତା କରିଛି ପାକିସ୍ଥାନ , ପାକିସ୍ଥାନର ମଧ୍ୟସ୍ଥତାରେ ମିଡିଲ -ଇଷ୍ଟରେ ଆସିବକି ଶାନ୍ତି  l
ମିଡିଲ ଇଷ୍ଟ ରେ ଦୀର୍ଘଦିନ ରୁ ଚାଲିଥିବା ସଂଘର୍ଷ କୁ ସମାପ୍ତ କରିବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଗୋଟିଏ ରାଜିନାମl ହୋଇଛି, ଏହି ମିଟିଂ ର ମଧ୍ୟସ୍ଥତା ର ଭୂମିକା ଗ୍ରହଣ କରିଥିଲେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଂ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ପୋଷ୍ଟ କରି ଏହି ରାଜିନାମା ବିଷୟରେ ସନ୍ଦେଶ ଦେଇଛନ୍ତି l
ଇରାନ ର ଉପ ବିଦେଶମନ୍ତ୍ରୀ ମଧ୍ୟ ରାଜିନାମା ବିଷୟରେ ଗଣମାଧ୍ୟମ ରେ ଜଣାଇଛନ୍ତି, ଗତ ୧୦୭ ଦିନ ହେଲାଣି ବିଭିନ୍ନ କୂଟନୀତି ଓ ରଣନୀତି ପ୍ରୟୋଗ ଚାଲିଥିଲେ ମଧ୍ୟ ସମାଧାନ ର କୌଣସି ବାଟ ଖୋଳୁ ନଥିଲା l କିନ୍ତୁ ଶେଷରେ ୧୦୭ ଦିନ ପରେ ସମାଧାନର ବାଟ ଖୋଲିଥିଲା l

କଣ ରହିଥିଲା ୧୦୭ ଦିନ ର ବିବରଣୀ –
– ୨୪ ଫେବୃଆରୀ ଆମେରିକା ଅପରେସନ ଫିୟୁରୀ ଜରିଆରେ ଇସ୍ରାଏଲ ସହିତ ମିଶି ଇରାନ ଉପରେ ଆକ୍ରମଣ କରିଥିଲା, ଅପ୍ରେଲ ୮ ତାରିଖରେ ୪୦ ଦିନର ସଂଘର୍ଷ ପରେ ଗୋଟିଏ ଅନ୍ତରୀଣ ଚୁକ୍ତି ଦ୍ୱାରା ୧୪ ଦିନ ପାଇଁ ସଂଘର୍ଷ ବନ୍ଦ ରହିଥିଲା,  ୧୧ ଓ ୧୨ ଅପ୍ରେଲ ରେ ପାକିସ୍ଥାନ ରେ ଆମେରିକା ଓ ଇରାନ ମଧ୍ୟରେ ବୈଠକ ହୋଇଥିଲା, ଇସ୍ଲାମଵାଦ ରେ ୨୧ ଘଣ୍ଟା ଧରି ମିଟିଂ ଚାଲିଥିଲା ହେଲେ କୌଣସି ଫଳ ବାହାରି ନଥିଲା l

ଅପ୍ରେଲ ୨୦ ରେ ଦ୍ଵିତୀୟ ଥର ମିଟିଂ ହୋଇଥିଲା, କିନ୍ତୁ ଇରାନ ଏଥିରେ ଉପସ୍ଥିତ ରହିବ ନାହିଁ ବୋଲି ମନାକରି ଦେଇଥିଲା, ଅପ୍ରେଲ ୨୫ ରେ ଇରାନ ର ଗୋଟିଏ ପ୍ରତିନିଧିମଣ୍ଡଳ ଯାହାର ନେତୃତ୍ୱ ଅବାସ ଅରାଘଚି କରୁଥିଲେ [ପାକିସ୍ଥାନ ପହଞ୍ଚିଥିଲା, ୩୦ ଅପ୍ରେଲ ରେ ଇରାନ ଆମେରିକା ପ୍ରସ୍ତାବ ର ଜବାବ ଦେଇଥିଲା, କିନ୍ତୁ ଡୋନାଲଡ ଟ୍ରମ୍ପ ଇରାନ ର ଶାନ୍ତି ପ୍ରସ୍ତାବ କୁ ଖାରଜ କରିଥିଲେ l

ମଇ ୧୮ ରେ ଇରାନ ପାକିସ୍ଥାନ ମଧ୍ୟସ୍ଥତାରେ ଆମେରିକାକୁ ୧୪ ସୂତ୍ରୀୟ ପ୍ରସ୍ତାବ ପଠାଇଥିଲା, ଏହାପରେ ଆମେରିକା ତେଲ ପ୍ରତିବନ୍ଧକ କୁ କିଛିଟା ନରମ ଦେଖାଇଥିଲା, ଏହାପରେ ୨୨ ମଇ ରେ ପାକିସ୍ଥାନ ସେନା ପ୍ରମୁଖ ଅସୀମ ମୁନୀର ଇରାନ ରେ ପହଞ୍ଚିଥିଲେ , ସେ ଇରାନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ, ହେଲେ କୌଣସି ଫଳ ମିଳିଲାନାହିଁ l ୨୭ ମଇ ରେ ଡୋନାଲଡ ଟ୍ରମ୍ପ କହିଥିଲେ ଇରାନ ସହିତ ଆଲୋଚନା ଚାଲିଛି l

ଜୁନ୍ ୧ତାରିଖ ରେ ଆମେରିକା ଇରାନ ର ସୈନ୍ୟ ଅଡ୍ଡା ଉପରେ ଆକ୍ରମଣ କରିଥିଲା, ଏହାର ଜବାବ ରେ ଇରାନ ପ୍ରତି ଆକ୍ରମଣ କରି କୁଏତ ରେ ଆମେରିକା ର ସୈନ୍ୟ ଅଡ୍ଡା ଉପରେ ଆକ୍ରମଣ  କରି ଥିଲା, ଜୁନ ୫ରେ ଇରାନ କୁଏତ ଓ ବାହାରିନ ର ଆମେରିକା ଏୟାର ବେଶ ଉପରେ ମିସିଲ ଆଟାକ କରିଥିଲା, ଇରାନ ଆମେରିକା ଉପରେ ଯୁଦ୍ଧ ବିରାମ ଭାଙ୍ଗିବାର ଆରୋପ ଲଗାଇଥିଲା l

ଜୁନ ୯ ରେ ଷ୍ଟ୍ରେଟ ହର୍ମୁଜ ନିକଟରେ ଗୋଟିଏ ଆମେରିକୀୟ ଅପାଚେ ହେଲିକପ୍ଟର କୁ ଇରାନ ଖସାଇ ଦେଲା, ୧୦ ଜୁନ ରେ ଏହାର ପ୍ରତିଶୋଧ ସ୍ୱରୂପ ଆମେରିକା ଇରାନ ଉପରେ ପୁନର୍ବାର ଆକ୍ରମଣ କରିଥିଲା, ଉଭୟ ପକ୍ଷର ଏହି ସଂଘର୍ଷ ଚାଲିଥିଲା ଜୁନ୍ ୧୪ ପର୍ଯ୍ୟନ୍ତ, ଠିକ ଏହି ସମୟରେ ଆମେରିକା ରାଷ୍ଟ୍ରପତି କହିଥିଲେ ଶାନ୍ତି ଚୁକ୍ତି ଖୁବ ନିକଟତର ଥିବା ବେଳେ ଏପରି ଯୁଦ୍ଧ ସ୍ଥିତି ପୁନର୍ବାର ହେବାର ନଥିଲା l

ପାକିସ୍ଥାନ ଦ୍ୱାରା ୧୧ ଓ ୧୨ ଜୁନ ରେ ହୋଇଥିବା ପ୍ରଥମ ବୈଠକ ରେ କିଛି ଫଳାଫଳ ବାହାରି ନଥିଲା, ୨୦ ଅପ୍ରେଲ ରେ ଦ୍ଵିତୀୟ ବୈଠକ ରେ ଇରାନ ଉପସ୍ଥିତ ନଥିଲା, ୩୦ ଅପ୍ରେଲ ରେ ଇରାନ ପାକିସ୍ଥାନ ଗସ୍ତ କରି ଆମେରିକା ପ୍ରସ୍ତାବ ର ଜବାବ ରଖିଥିଲା, ମଇ ୧୮ ରେ ୧୪ ସୂତ୍ରୀୟ ପ୍ରସ୍ତାବ ଆମେରିକା ପଠା ଯାଇଥିଲା, ଏବଂ ପ୍ରତିବନ୍ଧ କୁ କୋହ୍ଲ କରିବାର ସଂକେତ ଆମେରିକା ଦେଇଥିଲା l ୨୭ ମଇ ରେ ଟ୍ରମ୍ପ ଏହି ଚୁକ୍ତି ର ଘୋଷଣା କରିଥିଲେ l

Ad2
Leave A Reply