Odisha news

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

0

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ସାମୁଦାୟିକ ସହଭାଗିତା ପ୍ରତି ଏହାର ଗଭୀର ପ୍ରତିବଦ୍ଧତାକୁ ପୁନଃପ୍ରତିପାଦିତ କରିଛି ।
୨୦୨୬ ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ଏହି ଉତ୍ସବଗୁଡ଼ିକ ଏକ ସମୟରେ ସମସ୍ତ ୧୧ଟି ଖିମଜୀ ଜୁଏଲର୍ସ ସୋ’ରୁମ୍ ଏବଂ ଛଅଟି ପ୍ରିମିୟମ୍ ଆବାସିକ ସୋସାଇଟିଗୁଡ଼ିକରେ ଆୟୋଜନ କରାଯାଇଥିଲା ଯାହା ରାଜଧାନୀ ଅଂଚଳର ହଜାର ହଜାର ଗ୍ରାହକ ଓ ବାସିନ୍ଦାଙ୍କ ପାଖକୁ ରଜ ମଉଜର ଭାବନାକୁ ଆଣିଥିଲା ।
ରଜ ହେଉଛି ଓଡ଼ିଶାର ସବୁଠାରୁ ପ୍ରିୟ ଉତ୍ସବଗୁଡ଼ିକ ମଧ୍ୟରୁ ଏକ ଯାହା ମୌସୁମୀର ଆଗମନ, ମାତୃ ଧରିତ୍ରୀର ଉର୍ବରତା ଓ ନାରୀତ୍ୱର ଭାବନାକୁ ପାଳନ କରୁଛି । ଏହି ମୂଲ୍ୟବୋଧଗୁଡ଼ିକୁ ଆପଣାଇ ଖିମଜୀ ଜୁଏଲର୍ସ ମହିଳା, ପରିବାର ଓ ସମୁଦାୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଏକ ଅନନ୍ୟ ପାର୍ବଣ ଅନୁଭୂତି ପ୍ରସ୍ତୁତ କରିଥିଲା ।
ଏହାର ଜନସମ୍ପର୍କ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବ୍ରାଣ୍ଡ୍ଟି ରୟାଲ୍ ଲାଗୁନ୍, ମଣି ତ୍ରିଭୁବନ, ଆସୋଟେକ୍ ୱାର୍ଲ୍ଡ, ଲ୍ୟାଣ୍ଡମାର୍କ ଫେଜ୍ ଓ ହାଇ ଟେକ୍ ପ୍ଲାଜା ଏବଂ ଉକôଳ ହାଇଟ୍ସ ସହିତ ଆବାସିକ ସୋସାଇଟିଗୁଡ଼ିକ ସହ ସହଯୋଗିତା କରିଥିଲା । ସୁନ୍ଦର ଭାବରେ ସଜ୍ଜିତ ପାରମ୍ପରିକ ଦୋଳି, ୩୬୦-ଡିଗ୍ରୀ ସେଲଫି ବୁଥ୍, ମଜାଦାର ଖେଳ ଓ ପାର୍ବଣ କାର୍ଯ୍ୟକଳାପଗୁଡ଼ିକ ଏହି ସମୁଦାୟଗୁଡ଼ିକୁ ଜୀବନ୍ତ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିଥିଲା । ପାରମ୍ପରିକ ସ୍ନାକ୍ସ ଏବଂ ଆକର୍ଷଣୀୟ ପୁରସ୍କାରଗୁଡ଼ିକ ଉତ୍ସବର ପରିବେଶକୁ ଆହୁରି ବଢ଼ାଇଥିଲା ଏବଂ ସାମୁଦାୟିକ ବନ୍ଧନକୁ ଦୃଢ଼ କରିଥିଲା ।
ଏକ ସମୟରେ ସମସ୍ତ ଖିମଜୀ ଜୁଏଲର୍ସ ଆଉଟଲେଟ୍ଗୁଡ଼ିକ ଗ୍ରାହକମାନଙ୍କ ଠାରୁ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ପାଇଥିଲେ ଯେଉଁମାନେ ବିଶେଷଜ୍ଞ କଳାକାରମାନଙ୍କ ଦ୍ୱାରା ମାଗଣା ମେହେନ୍ଦି ଡିଜାଇନ୍, ପୋଡ଼ ପିଠା ଓ ରଜ ପାନ ଭଳି ପାରମ୍ପରିକ ରଜ ସ୍ୱାଦିଷ୍ଟ ଖାଦ୍ୟ ଏବଂ ବିଶେଷ ଭାବରେ ପ୍ରସ୍ତୁତ ରଜ ଆାଧାରିତ ସଜାସଜାକୁ ଉପଭୋଗ କରିଥିଲେ ଯାହା ଏକ ଆମୋଦଦାୟକ ପାର୍ବଣ ଅନୁଭୂତି ସୃଷ୍ଟି କରିଥିଲା ।
ଏହି ଉତ୍ସବଗୁଡ଼ିକ ଗ୍ରାହକ ଓ ବାସିନ୍ଦାମାନଙ୍କ ଠାରୁ ସମାନ ଭାବରେ ବିପୁଳ ପ୍ରତିକ୍ରିୟା ପାଇଥିଲା ଯାହା ଓଡ଼ିଶାର ପରମ୍ପରା ଓ ମୂଲ୍ୟବୋଧରେ ଗଭୀର ଭାବରେ ଜଡ଼ିତ ଏକ ବ୍ରାଣ୍ଡ୍ ଭାବରେ ଖିମଜୀ ଜୁଏଲର୍ସର ସ୍ଥିତିକୁ ଆହୁରି ଦୃଢ଼ କରିଥିଲା ।
ଏହି ଅବସରରେ ନିଜର ବକ୍ତବ୍ୟ ରଖି ଖିମଜୀ ଜୁଏଲର୍ସର ପରିଚାଳନା ନିଦେ୍ର୍ଦଶକ ଶ୍ରୀଯୁକ୍ତ ମିତେଶ ଖିମଜୀ କହିଛନ୍ତି ଯେ, “ରଜ କେବଳ ଏକ ଉତ୍ସବ ନୁହେଁ; ଏହା ମାଆ ଧରିତ୍ରୀର ଉର୍ବରତାର ଏକ ଉତ୍ସବ ଏବଂ ନାରୀତ୍ୱର ଶକ୍ତି, ଗରିମା ଓ ଭାବନା ପ୍ରତି ଏକ ସମ୍ମାନ । ଖିମଜୀ ଜୁଏଲର୍ସରେ ଆମେ ସଦାସର୍ବଦା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ପ୍ରସାର କରିବାରେ ବିଶ୍ୱାସ କରିଆସିଛୁ । ଏହି ଉତ୍ସବଗୁଡ଼ିକ ମାଧ୍ୟମରେ ଆମର ପ୍ରୟାସ ଥିଲା ପରିବାରଗୁଡ଼ିକୁ ଏକାଠି ଆଣିବା ଏବଂ ଓଡ଼ିଶାର ମହିଳାମାନଙ୍କ ପାଇଁ ଆନନ୍ଦଦାୟକ, ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବା । ଆମେ ପାଇଥିବା ବିପୁଳ ଭଲପାଇବା ଓ ପ୍ରଶଂସା ଆମକୁ ଆଗାମୀ ପିଢ଼ି ପାଇଁ ଏହି ସୁନ୍ଦର ପରମ୍ପରାଗୁଡ଼ିକୁ ଆଗକୁ ବଢ଼ାଇବାକୁ ଅନୁପ୍ରାଣିତ କରିଛି ।”
ଏହି ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ଖିମଜୀ ଜୁଏଲର୍ସ କେବଳ ଏକ ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ଭାବରେ ନୁହେଁ ବରଂ ଓଡ଼ିଆ ସଂସ୍କୃତି ଓପରମ୍ପରାର ଏକ ଗର୍ବିତ ରକ୍ଷକ ବୋଲି ପୁଣି ଥରେ ନିଜ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି ।

 

IEC 2 years
Leave A Reply