ଉଦୟଗିରି : ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଆଜି ଏକ ଇନୋଭା କାର ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ସୌଭାଗ୍ୟ ବସତଃ ଏଥିରେ ରହିଥିବା ଦୁଇ ବିଦେଶୀ ପର୍ଯ୍ୟଟକଙ୍କ କୌଣସି କ୍ଷତି ହୋଇନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ମୁତାବକ ଆଜି ଏକ ଇନୋଭା କାର ଯୋଗେ ଫ୍ରାନ୍ସର ଦୁଇ ପର୍ଯ୍ୟଟକ ଆଳି ରାଜଭବନ ପରିଦର୍ଶନ କରି ବାକୁ ଯାଉଥିବା ସମୟରେ ବାଲିଚନ୍ଦ୍ରପୁର ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ବାଲିଚନ୍ଦ୍ରପୁର ଛକ ନିକଟରେ ପୂର୍ବରୁ ରାସ୍ତା ମଝିରେ ଖରାପ ହୋଇ ଛିଡାଇ ହୋଇଥିବା ଏକ କଳାପଥର ବୋଝାଇ ଟ୍ରକକୁ ଅତିକ୍ରମ କରୁଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ମାଡି ଅସିଥିଲା ଏଥିରେ ପର୍ଯ୍ୟଟକ ମାନଙ୍କ ଗାଡି ଭାରସ୍ୟାମ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକସହ ଧକ୍କା ଖାଇଥିଲା ।
ଏହି ଦୁର୍ଘଟଣାରେ ଇନୋଭାଟି ଭାଙ୍ଗି ଚୁରମାର ହୋଇଥିଲେ ମଧ୍ୟ ଏହାର ଡ୍ରାଇଭର ଓ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ କୌଣସି କ୍ଷତି ହୋଇନଥିବା ଜଣାଯାଇଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ।