ଘଟଗାଁ: କଳ୍ପନା ଜଳ୍ପନାର ଅନ୍ତଘଟାଇ ମାଧବ ସର୍ଦ୍ଦାର ନିର୍ଦନ୍ଦ୍ୱରେ ଜିଲ୍ଲା ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ମାଧବ ସର୍ଦ୍ଦାର କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତି,ଜିଲ୍ଲା ବିଜୁ ଜନତା ଦଳର ଯୁବ ସଭାପତି ସୌମ୍ୟଶଙ୍କର ଚକ୍ର, ଘଷିପୁରା ବ୍ଲକର ପୂର୍ବତନ ଅଧକ୍ଷ୍ୟ ଦେବାଶିଷ ପାତ୍ରଙ୍କ ସହିତ ବହୁ ଦଳିୟ କର୍ମିଙ୍କ ଉପସ୍ଥିତିରେ ଘଟଗାଁ ସ୍ଥିତ ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଚିଁ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ତେବେ ନିର୍ଦ୍ଧାରିତ ସମୟ ୧.୩୦ ସୁଦ୍ଧା ଅନ୍ୟ କୌଣସି ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ବିଜେଡିର ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସଂଜୟ କୁମାର ମିଶ୍ର, ମାଧବ ସର୍ଦ୍ଦାରଙ୍କୁ ନୂତନ ଜିଲ୍ଲା ବିଜେଡି ସଭାପତି ଭାବେ ଘୋଷଣା କରିଥିଲେ ।
ଜିଲ୍ଲା ବିଜେଡିର ନୂତନ ଜିଲ୍ଲା ସଭାପତି ଭାବେ ଚୟନ ହେବା ପରେ ମାଧବ ସର୍ଦ୍ଦାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାର ସାସଂଦ ଓ ସମସ୍ତ ଦଳିୟ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାରେ ଦଳିୟ ସଂଗଠନଙ୍କୁ ଅଧିକ ସୁଦୃଢ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।