Odisha news

ତେନ୍ତୁଳିଆଡି ଗ୍ରାମର ନିମ୍ବ ଗଛରୁ ଝରୁଛି କ୍ଷୀର

0

ବାସୁଦେବପୁର: ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ତେନ୍ତୁଳିଆଡିଆ ଗ୍ରାମର ଏକ ନିମ୍ବ ଗଛରୁ କ୍ଷୀର ଝରୁଥିବାର ଦେଖିବା ପରେ ଆଖପାଖ ଗ୍ରାମର ହଜାର ହଜାର ଲୋକଙ୍କର ଗହଳି ଲାଗିଥିଲା । ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଆଜି ପୁରପଲ୍ଲୀରେ ମହା ଆନନ୍ଦରେ ଉସିାହ ଓ ନିଷ୍ଠା ଭକ୍ତିର ସହିତ ମହାଶିବରାତ୍ରୀ ପାଳନ କରାଯାଉଛି ।

ଏହି ଦିନରେ ନିମ୍ବ ଗଛରୁ କ୍ଷୀର ଝରୁଥିବାରୁ ଏହା ଭଗବାନଙ୍କର ମାୟା ବୋଲି ଲୋକମାନେ ଗ୍ରହଣ କରିଛନ୍ତି । ସାନକୃଷ୍ଣପୁର ପଞ୍ଚାୟତର ତେନ୍ତୁଳିଆଡିଆ ଗ୍ରାମର ସରକାରୀ ଜାଗାରେ ନିମ୍ବ ଗଛଟି ବହୁ ବର୍ଷରୁ ରହିଛି । କେତେ ଝଡବର୍ଷା ହୋଇଥିଲେ ମଧ୍ୟ କ୍ଷୟକ୍ଷତି ହୋଇନଥିଲା । ଆଜି ପବିତ୍ର ଦିନରେ ଏପରି ଏକ ବିରଳ ଦୃଶ୍ୟକୁ ଲୋକମାନେ ସହଜରେ ଗ୍ରହଣ କରିପାରି ନଥିଲେ । ନିଶ୍ଚିତ ଭଗବାନଙ୍କର ଅପାର କୃପା ରହିଛି ବୋଲି ଲୋକମାନେ ଆଲୋଚନା କରୁଛନ୍ତି । କିଏ ଗଛ ମୂଳରେ ଭୋଗ ଲଗାଇଲାଣି ତ ପୁଣି କିଏ ଧୂପ ଦୀପ ଓ ଫୁଲ ଦେଇ ପୂଜା କଲାଣି ।

ଏହି ସ୍ଥାନରେ ଗ୍ରାମବାସୀମାନେ ନାମ କିର୍ତ୍ତନ କରିବା ଦ୍ୱାରା ପରିବେଶଟି ଆଧ୍ୟାତ୍ମିକମୟ ହୋଇ ଉଠିଲାଣି । ପଥର ଦେହରେ ସିନ୍ଦୁର ଲଗାଇ ଦେଲେ ଯେପରି ଠାକୁରାଣୀ ଦେବୀରେ ପରିଣତ ହୋଇଯାଏ । ବାଟଚଲା ଲୋକଟିଏ ବି ମୁଣ୍ଡିଆଟିଏ ମାରି ଚାଲିଯାଏ । ସେହିପରି ନିମ୍ବ ଗଛରୁ କ୍ଷୀର ବହାରିବା ଏହା ଠାକୁରଙ୍କ ଏକ ଲୀଳା ବୋଲି ଚିନ୍ତାକରି ଗ୍ରାମବାସୀମାନେ ପୂଜା ଅର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ।

Leave A Reply