କଣ୍ଟାପଡା: ଯାହା କେହି କେବେ ଭାବି ନଥିଲେ ତାହା ଆଜି ସମ୍ଭବ ହୋଇଛି । କହ୍ନେଇ ଆଜି ଚାଲିଛି । ତା ଶରୀରରେ ଆଉ ପୁର୍ବର ସେ ୪୫କିଲୋ ଓଜନର ବୋଝ ନାହିଁ କି ଆଗକୁ ତାର ଆଉ ସେପରି ଅବସ୍ଥାର ଚିନ୍ତା ବି ନାହିଁ । ଜନଜାତୀ ସମ୍ପ୍ରଦାୟର ବାପଛେଉଣ୍ଡ ନା ବାଳକ କହ୍ନେଇକୁ ଏପରି ପନର୍ଜନ୍ମ ଦେଇଛନ୍ତି ଗୋ ସବକ ଚିନ୍ମୟ ପାତ୍ର ଓ ନିରତାରର ଅଭିଜ୍ଞ ଡାକ୍ତର ମାନେ ।
ଦୁରାରୋଗ୍ୟ ନୁ୍ୟରୋ ଫାର୍ବୋ ମେଟାସିସ୍ ରୋଗରେ ପୀଡିତ କହ୍ନେଇ ଗୋଡରେ ବିରଳ ଅସ୍ତ୍ରୋପଚାର ପରେ ଆଜି କହ୍ନେଇ ପ୍ରଥମ କରି କାଖରେ ଅଶାବାଡି ଦେଇ ନିରତାର ପରିସରରେ ଚାଲିବାକୁ ସକ୍ଷମ ହୋଇଛି । ଏପରି ଏକ ପରିବେଶ ମଧ୍ୟରେ ଥିଲେ କହ୍ନେଇର ଅସ୍ତ୍ରୋପଚାରରେ ପ୍ରମୁଖ ଭାଗରେ ଥିବା ନିରତାର ନିଦେ୍ର୍ଦଶକ ଡାକ୍ତର ଶକ୍ତି ପ୍ରସାଦ ଦାସ,ଡାକ୍ତର ଅଭିଶେକ ସାନ୍ୟାଲ ଓ କହ୍ନେଇକୁ ନିର୍ାରରେ ପହଞ୍ଚାଇଥିବା ଗୋ ସେବକ ଚିନ୍ମୟ ପାତ୍ରଙ୍କ ସହ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀ,ଶିକ୍ଷାବିତ୍ ଶରତ ଚନ୍ଦ୍ର ରଥ ଓ ବହୁ ଗଣମାଧ୍ୟ ପ୍ରତିନିଧି ।
ପ୍ରଥମେ କହ୍ନେଇ ଜଗନ୍ନାଥଙ୍କ ପ୍ରସାଦ ଖାଇବା ପରେ କାଖରେ ଆଶବାଡି ଦେଇ ତଳେ ପାଦ ଥାପିଥିଲା । ଏପରି ସମୟରେ ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ଖୁବ୍ ଶିଘ୍ର କହ୍ନେଇ କର୍ତ୍ତିମ ଅଙ୍ଗ ସାହାଯ୍ୟରେ ସାଧାରଣ ବାଳକ ପରି ସବୁ କାମ କରିପାରିବ ବୋଲି ନିଦେ୍ର୍ଦଶକ ଡାକ୍ତର ଦାସ କହିଛନ୍ତି ।