Odisha news

ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ନୂଆପଡ଼ା -୨/୬ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ଆମାନାରା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ କର, ଜିଲ୍ଳା ପରିଷଦ ସଦସ୍ୟା ଉମା ଠାକୁର, ତହସିଲଦାର ପ୍ରଣବ ରଞ୍ଜନ ସାହୁ , ସ୍ଥାନୀୟ ସରପଞ୍ଚ   ଗଙ୍ଗେଶ୍ୱରୀ  ସିନ୍ହା,ସମିତି ସଭ୍ୟା ନୂତନ ନାଏକ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ନୂଆପଡ଼ା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ lସଭାରେ ସମସ୍ତ ଅତିଥି ମାନଙ୍କ ସହ ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ , ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ସମୀର କୁମାର ମୁଦୁଲି, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ପି ଡି ୱାଟର ଶେଡ ରଶ୍ମି ରଞ୍ଜନ ପାତ୍ର, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଳା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ ପ୍ରମୁଖ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା   ବିଭାଗୀୟ  ବିଭିନ୍ନ  ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ସମସ୍ତ ଶ୍ରମିକଙ୍କୁ ବିଭିନ୍ନ ବିଭାଗରୁ କାମ ଯୋଗାଇଦେବା ପାଇଁ ଜିଲ୍ଲାପାଳ ପଞ୍ଚାୟତି ରାଜ ତଥା ଲାଇନ୍ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତଦନୁଯାୟୀ ବର୍ତ୍ତମାନ ଜିଲ୍ଲାରେ ଅନେକ  ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି ତଥା ବ୍ୟାଙ୍କ୍ ଜରିଆରେ ଅନେକ କୃଷକ ଏବଂ ଶ୍ରମିକ ପରିବାରଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି l ଏହାଦ୍ୱାରା ବହୁ ମାତ୍ରାରେ ପ୍ରବାସୀ ଶ୍ରମିକ ପଳାୟନକୁ ରୋକା ଯାଇପାରିଛି l ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନରୁ ଅଧିକ କାମ କରିଥିବାରୁ ସଭାରେ ୧୩ ଜଣ ପୁରୁଷ ଓ ମହିଳା ଶ୍ରମିକ ମାନଙ୍କୁ  ଜିଲ୍ଲାପାଳ ଏବଂ ଅତିଥି ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଉଦବୋଧନ ଦେଇ କହିଲେଯେ ଆକାଂକ୍ଷି ଜିଲ୍ଲା ହିସାବରେ ପ୍ରତି ଶ୍ରମିକ ପରିବାରଙ୍କୁ ମନରେଗା ଯୋଜନାରେ 300 ଦିନର କାମ ସରକାର ଯୋଗାଇଦେବେ l ଏଥିରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ମିଳିବ l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ମା ଭଉଣୀ ମାନେ ଘରର ପୁରୁଷ ମାନଙ୍କୁ ପ୍ରଵର୍ତ୍ତାନ୍ତୁl ଶ୍ରମିକ ମାନଙ୍କ ଝିଅ ବାହାଘର ଠାରୁ ସେମାନଙ୍କ ପୁଅଝିଅ ପାଠପଢା ପର୍ଯ୍ୟନ୍ତ ସବୁ କାମ ପାଇଁ ସହାୟତା ଯୋଗାଇ ଦିଆ ଯାଉଛି lଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ  ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l ଏହାପରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ମାନେ ପକ୍ଷୀ ମାନଙ୍କ ପାଇଁ ବିଭିନ୍ନ ଗଛରେ ଝୁଲା ଯାଇଥିବା ମାଟି ପାତ୍ରରେ ପାଣି ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ଯାରେ ପୁରୁଷ ମହିଳା ଯୋଗଦାନ କରିଥିଲେ l
Nalco
Leave A Reply