ମଲାଇକା ଅରୋଡ଼ା କୌଣସି ଫିଲ୍ମରେ ନଜର ନ ଆସିଲେ ମଧ୍ୟ ତାଙ୍କ ପାଖରେ କାମର ଅଭାବ ନାହିଁ । ପ୍ରାୟତଃ ସେ ଫଟୋଶୁଟ୍, ମଡେଲିଙ୍ଗ୍ ଓ ରିୟାଲିଟି ଶୋ’ରେ ନଜର ଆସନ୍ତି । ଏଥି ସହ ମଲାଇକା ନିଜ ଫିଟନେସ୍ ଓ ଡାନ୍ସ ମୁଭ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ମଲାଇକା ଏକ ଇଣ୍ଟରଭୁ୍ୟରେ କହିଛନ୍ତି, ‘ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିବା ତାଙ୍କ ପାଇଁ ସହଜ ନ ଥିଲା । କାମ ଓ ପଇସା ସହଜରେ ମିଳିନି । ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ମୁଁ ମୋ ମା’ଙ୍କ ଅଡିଶନ୍ ଦେବାକୁ ଯାଉଥିଲି । ଅନେକ ଥର ରିଜେକଫ କରାଯାଇଥିଲେ ମଧ୍ୟ ମୁଁ କେବେ ହାର୍ ମାନିନି । ବାରମ୍ବାର ଚେଷ୍ଟା ଜାରି ରଖିଛି । ୧୭ ବର୍ଷ ବୟସରେ ମଡେଲିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିଥିଲି । ୨୦ ବର୍ଷ ତଳେ ଟେରେନ୍ସ ଲୁଇସ୍ଙ୍କ ସହ ଦେଖା ହେବା ପରେ ତାଙ୍କ ଡାନ୍ସ ଏକାଡେମୀରେ ଡାନ୍ସ ଶିଖିଥିଲି । ଆଜି ମୁଁ ତାଙ୍କ ସହ ଶୋ’ ଜଜ୍ କରୁଛି ।’ ଟେରେନ୍ସ ଓ ଗୀତା କପୁରଙ୍କ ସହ ମଲାଇକା ଡାନ୍ସ ଶୋ ଇଣ୍ଡିୟାଜ୍ ବେଷ୍ଟ୍ ଡାନ୍ସର୍ସ ଜଜ୍ କରିବେ ।