Odisha news

ଟାଇପ୍‌ ରାଇଟର୍‌ରେ ପେଣ୍ଟିଂ

0

ଟାଇପ୍‌ ରାଇଟର୍‌ ବ୍ୟବହାର ବହୁ ପୁରୁଣା ହୋଇଗଲାଣି । କୋର୍ଟ କଚେରି ବାହାରେ ଏହା ଦେଖିବାକୁ ମିଳେ । ଏହା ଲେଖିବା ପାଇଁ ଉପଯୋଗୀ । ହେଲେ ୨୩ ବର୍ଷୀୟ ଆର୍କିଟେକ୍‌ଚର ଛାତ୍ର ଜେମ୍ସ କୁକ୍‌ ଟାଇପ୍‌ ରାଇଟର୍‌ ସାହାଯ୍ୟରେ ଆର୍ଟ କରୁଛନ୍ତି । ତାଙ୍କ ସୁନ୍ଦର ଆର୍ଟୱର୍କରେ ପ୍ରାସାଦ, ମଣିଷ ମୁହଁ ଇତ୍ୟାଦି ଦେଖିବାକୁ ମିଳେ । ଜେମ୍ସ ସେରେବ୍ରାଲ୍‌ ପାଲ୍‌ସିରେ ପୀଡ଼ିତ ଥିବା ଯୋଗୁ ପେନ୍‌ସିଲ ଓ ପେଣ୍ଟ ବ୍ରଶ୍‌ ଧରିବା ପାଇଁ ସକ୍ଷମ ନ ଥିଲେ । ଟାଇପ୍‌ ରାଇଟଣ୍‌ ସାହାଯ୍ୟରେ ପ୍ରଥମେ ଡ୍ରଇଂ ଆରମ୍ଭ କଲେ । ଏବେ ଜେମ୍ସଙ୍କ ପାଖରେ ୩୦ ପ୍ରକାର ଟାଇପ୍‌ ରାଇଟର୍‌ କଲେକ୍ସନ୍‌ ଅଛି ଯାହା ସାହାଯ୍ୟରେ ଅଦ୍ଭୁତ ଆର୍ଟ ପିସ୍‌ ତିଆରି କରୁଛନ୍ତି । ସେ କହିଛନ୍ତି ଆର୍ଟର ମାଷ୍ଟରପିସ୍‌ ତିଆରି ପାଇଁ ପ୍ରାୟ ୩୦ ଘଣ୍ଟା ସମୟ ଲାଗେ । ଏଥିପାଇଁ ଏ୪ ସାଇଜ୍‌ କାଗଜ ବ୍ୟବହାର ହୋଇଥାଏ । ମାଇନସ୍‌ ୪୦ ଡିଗ୍ରୀରେ ପରିବା ଚାଷ ଆସନ୍ତା ମାସରେ ଲଦାଖକୁ ଦେଶର ବାକି ଅଂଶ ସହ ସଂଯୋଗ କରୁଥିବା ଦୁଇଟି ରାସ୍ତା ବନ୍ଦ ହୋଇଯିବ । ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ନିଜର ଆବଶ୍ୟକତା ପାଇଁ ଏୟାର କନେକଫିଭିଟିର ସାହାରା ନେବାକୁ ହେବ । ଅର୍ଥାତ ଲଦାଖକୁ ଏହି ସମୟରେ କେବଳ ବିମାନ ଯୋଗେ ପଣ୍ୟ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ହେବ । ଏପରି ସ୍ଥିତିରେ ଫଳ ଓ ପନିପରିବା ସପ୍ଲାଏ ଉପରେ ସବୁଠୁ ଅଧିକ ପ୍ରଭାବ ପଡ଼ିବ । ୧୯୬୨ ପୂର୍ବରୁ ଲଦାଖରେ କେବଳ ୪ ପ୍ରକାର ପନିପରିବା ଚାଷ ହେଉଥିଲା । ଏବେ ପ୍ରାୟ ୨୫ ପ୍ରକାର ପରିବା ଚାଷ ହେଉଛି । ଲେହସ୍ଥିତ ଡିଆର୍‌ଡିଓ ଲ୍ୟାବ୍‌ରେ ୭୮ ପ୍ରକାର ପରିବା ଚାଷ ଉପରେ ଗବେଷଣା ଚାଲିଛି । ଏଥିପାଇଁ କୃଷକ ଓ ଆର୍ମି ୟୁନିଟ୍‌କୁ ଟ୍ରେନିଂ ଦିଆଯାଉଛି । ଲଦାଖରେ ଏବେ ତାପମାତ୍ରା ମାଇନସ୍‌ ୩୦ରୁ ୪୦ ଡିଗ୍ରୀ ଥିବା ସତ୍ତେ୍ୱ ସୈନିକଙ୍କୁ ଫ୍ରେଶ୍‌ ପରିବା ମିଳୁଛି । ଚୀନ୍‌ ସୀମାରେ ଥିବା ଭାରତୀୟ ସୈନିକଙ୍କୁ ସଜ ପରିବା ଯୋଗାଇବା ପାଇଁ ବଙ୍କରରେ ମାଇକ୍ରୋଗ୍ରୀନ୍ସ ଟେକ୍ନିକ୍‌ ଉପରେ ଡିଆରଡିଓ କାମ କରୁଛି । ସୀମାବର୍ତ୍ତୀ ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ୍‌ ଟେକ୍ନିକ୍‌ରେ ପରିବା ରଖାଯାଉଛି । କାର୍ବନ ଉତ୍ସର୍ଜନ ବିନା ଶୀତ ଋତୁ ପାଇଁ ପରିବା ଷ୍ଟୋର୍‌ କରାଯାଇପାରିବ । ଆବଶ୍ୟକ ପଡ଼ିଲେ ସେହି ଗୋଦାମ ଘରଗୁଡ଼ିକୁ ବଙ୍କର୍‌ ଭାବେ ବ୍ୟବହାର କରାଯାଇପାରିବ ।

Leave A Reply