Odisha news

ଡିଜେଲ ଟ୍ୟାଙ୍କର ଗାଡ଼ିରେ ଗଞ୍ଜେଇ ଚାଲାଣ

0

ରାୟଗଡା,୧୪।୯(ରବୀନ୍ଦ୍ର ପାଟଖଣ୍ଡଳ )-ରାୟଗଡା ଜିଲ୍ଲା ଦେଇ ବିହାର ରାଜ୍ୟର ପାଟଣା ସହରକୁ ଚୋରା ଚାଲାଣ ବେଳେ ଧରାପଡିଲା ଡିଜେଲ ଟ୍ୟାଙ୍କର। ରାୟଗଡା ସହର ଠାରୁ ୭ କିଲୋମିଟର ଦୂର ପିତାମହଲ ଗାଁ ନିକଟରେ ଆଞ୍ଚଳିକ ପରିବହନ ଅଧିକାରୀ ଚେକିଂ କରିବା ସମୟରେ ଏନ ଏଲ ୦୩ଏ ୫୬୯୫ ନମ୍ବର ଥିବା ଟ୍ୟାଙ୍କର ଧରାପଡିଥିବା ସୂଚନା ମିଳିଛି। ଟ୍ୟାଙ୍କର କାଗଜପତ୍ର ନଥିବା ଯାଞ୍ଚ ପାଇଁ ପରିବହନ କାର୍ଯ୍ୟାଳୟ ଅଣାଯାଇଥିଲା। ସେଠାରେ ଅନୁସନ୍ଧାନ ବେଳେ ଗଞ୍ଜେଇ ରହିଥିବା ଜଣାପଡିଛି।

ଏହାପରେ ପରିବହନ ଅଧିକାରୀ ଦୀଲିପ କୁମାର ଦଳେଇ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ପହଞ୍ଚି ତଦନ୍ତ କରିବା ବେଳେ ଗଞ୍ଜେଇ ଟ୍ୟାଙ୍କର ଭିତରେ ରହିଥିବା ନଜରକୁ ଆସିଥିଲା। ଏହାପରେ ଉକ୍ତ ଟ୍ୟାଙ୍କର ଜବତ କରିବା ସହ ଡ୍ରାଇଭର ରାଜକୁମାର ଯାଦବଙ୍କୁ ରାୟଗଡ଼ା ଥାନାରେ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ଚାଲିଥିବା ଯୋଗୁଁ ପୁଲିସ କୌଣସି ମତାମତ ଦେଇନାହିଁ। ତେବେ ଡ୍ରାଇଭର ଏହା ଜାଣିନଥିଲେ ବୋଲି କହିଛନ୍ତି।

Leave A Reply