Odisha news

ରହସ୍ୟମୟ ଛତୁ

0

ଗୋଆର ମାହେଡି ରିଜର୍ଭ ଫରେଷ୍ଟରେ ଆଲୋକ ବିକିରଣ କରୁଥିବା (ବାୟୋ-ଲୁ୍ୟମିନିସେଣ୍ଟ) ଛତୁ ଦେଖାଯାଇଛି ଯାହା ଅନ୍ଧାରରେ ବଲ୍‌ବ ଭଳି ଚକ୍‌ଚକ୍‌ କରୁଛି । ଏହି ଦୃଶ୍ୟ ଦେଖିବାକୁ ବେଶ୍‌ ରୋମାଞ୍ଚକ । ସୂର୍ଯ୍ୟାଲୋକରେ ସାଧାରଣ ଛତୁ ଭଳି ଦେଖାଯାଉଥିଲେହେଁ ରାତିରେ ଏହା ଝଲସି ଉଠେ । ବନ୍ୟଜୀବ ବିଶେଷଜ୍ଞଙ୍କ ମତରେ ଏହା ‘ମାଇସେନା ଜିନସ୍‌’ ପ୍ରଜାତିର ଛତୁ । ଏଥିରେ ମହଜୁଦ ବୀଜାଣୁ କୀଟମାନଙ୍କ ଜରିଆରେ ଜଙ୍ଗଲର ଅନ୍ୟ ସ୍ଥାନକୁ ବ୍ୟାପି ବଂଶବିସ୍ତାର କରିବା ଉଦ୍ଦେଶ୍ୟରେ ଏଥିରୁ ରାତିରେ ଆଲୋକ ବିକିରିତ ହୁଏ । ଏବେ ସୁଦ୍ଧା ଏପରି ୫୦ ପ୍ରଜାତିର ଛତୁ ସନ୍ଧାନ କରାଯାଇଛି । ଗୋଆରେ ଥିବା ଏହି ପ୍ରଜାତି କେବଳ ବର୍ଷା ଋତୁରେ ଦେଖିବାକୁ ମିଳେ ।

Leave A Reply