Odisha news

‘ଅମ୍ଫାନ’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ପ୍ରତିନିଧି ଟିମ୍

0

ପାରାଦୀପ : କେନ୍ଦ୍ରୀୟ ପ୍ରତିନିଧି ଟିମ୍ ଆଜି ଜଗତସିଂହପୁର ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ ପ୍ରଭାବିତ ହୋଇଥିବା ପାରାଦୀପ, କୁଜଙ୍ଗ ଓ ଏରସମା ଅଂଚଳ ପରିଦର୍ଶନ କରିଛନ୍ତି । କେନ୍ଦ୍ରୀୟ ମନ୍ତ୍ରଣାଳୟର ସୁପରିନଟେଣ୍ଡେଂଟ୍ ଅମରିଶପାଲ ସିଂଙ୍କ ନେତୃତ୍ୱରେ ଶକ୍ତି ବିଭାଗ ନିଦେ୍ର୍ଦଶକ ଏନ୍ଆରଏଲକେ ପ୍ରସାଦ ଓ ଅର୍ଥ ବିଭାଗର ଯୁଗ୍ମ ନିଦେ୍ର୍ଦଶକ ସୁରଜ କୁମାର ପ୍ରଧାନଙ୍କ ସହ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଓଡ଼ିଶା ସରକାରଙ୍କ ସେଂଟ୍ରାଲ ଫ୍ଲଡ୍ ଡିଭିଜନ ମୁଖ୍ୟ ଜେକେ ତ୍ରିପାଠୀ ଜିଲ୍ଲାରେ ଜିଲ୍ଲାରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି ।

ପ୍ରଥମେ ଏହି ଟିମ୍ ପାରାଦୀପରେ ପହଞ୍ଚି ମାଛଧରା ବନ୍ଦର ପରିଦର୍ଶନ କରି କ୍ଷତିଗ୍ରସ୍ତ ଡଙ୍ଗା ଓ ମତ୍ସ୍ୟଜୀବୀଙ୍କୁ ସାକ୍ଷାତ କରି କ୍ଷୟକ୍ଷତି ଆକଳନ କରିଥିଲେ । ପାରାଦୀପ ମାଛଧରା ବନ୍ଦରରେ ଗୋଟିଏ ବିଲ୍ଡିଂ ଓ ୯ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ କାହ୍ନୁ ଚରଣ ଧୀର, ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.