Odisha news

ଆମେରିକାରେ ବର୍ଣ୍ଣବୈଷମ୍ୟ ବିବାଦରେ ବିକ୍ଷୋଭକୁ ଓବାମାଙ୍କ ସମର୍ଥନ

0

ୱାଶିଂଟନ୍ , ୦୫ ଜୁନ୍ : ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଣ୍ଣବୈଷମ୍ୟ ପ୍ରତିବାଦରେ ଗତ ୨୫ରୁ ଚାଲିଥିବା ବିକ୍ଷୋଭକୁ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ଯୁବଶକ୍ତି ପରିବର୍ତନ ସପକ୍ଷରେ ମତଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି ଯେ ବର୍ଣ୍ଣବୈଷମ୍ୟର କରାଳ ରୂପ ମୁଁ ଅନୁଭବ କରିଛି । ତେଣୁ ୧୯୬୦ ଦଶକ ପୂର୍ବ ସ୍ଥିତିକୁ ଫେରିବା ଚାହୁଁ ନାହିଁ । ଏବେ ପରିବର୍ତନର ସମୟ ଆସିଛି । ତେବେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ହେବା ଉଚିତ ବୋଲି ସେ କହିଛନ୍ତି ।ଉଲ୍ଲେଖ୍ୟଯୋଗ୍ୟ ଯେହ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ସାମାନ୍ୟ ସିଗାରେଟ ବିକ୍ରି ପାଇଁ ନକଲି ବିଲ୍ ପ୍ରଦାନ ଅଭିଯୋଗରେ ପୁଲିସ ହାଜତରେ ପିଟିପିଟି ମାରିଦିଆଯିବା ପ୍ରତିବାଦରେ ମିନେପଲିସ ଓ ସେଂଟ ପଲ୍ ଅଂଚଳରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ହିଂସ୍ର ହେବା ସହ ସାରାଦେଶକୁ ବ୍ୟାପିଛି । ଏହି ଘଟଣାରେ ଅଭିଯୁକ୍ତ ମିନେପଲିସ ପୁଲିସର ୪ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ ହେବା ସହ ହତ୍ୟା ମାମଲା ଦାୟର କରାଯାଇଛି । ଏହି ୪ ଅଧିକାରୀ ହେଉଛନ୍ତି ଡେରିକ ଚୌଭିନ୍‌, ଜେ. ଆଲେକଜାଣ୍ଡର କୁଏଙ୍ଗ, ଥୋମାସ ଲେନ୍ ଓ ଟୋ ଥାଓ । ଡେରିକଙ୍କ ବିରୋଧରେ ଅଧିକ କଡ଼ା ଦଫା ଲଗାଯାଇଛି । ଏହାଦ୍ୱାରା ତାଙ୍କୁ ଅନ୍ୟୂନ ୪୦ବର୍ଷ କାରାଦଣ୍ଡ ମିଳିପାରେ । ଡେରିକଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିବାବେଳେ ବୁଧବାର ତାଙ୍କ ପତ୍ନୀ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି । ଅନ୍ୟ ତିନି ଅଧିକାରୀଙ୍କୁ ପୁଲିସ ହେପାଜତରେ ରଖାଯାଇଛି । ସମସ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

Nalco

Leave A Reply