ନୂଆଦିଲ୍ଲୀ, ୦୫ ଜୁନ୍ : ଜାମିଆ ହିଂସା ମାମଲାରେ ଶୀଘ୍ର ଶୁଣାଣି କରିବାକୁ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଶୁଣାଣି ସ୍ଥଗିତ ରଖିଛନ୍ତି । ପ୍ରଧାନ ବିଚାରପତି ଡି.ଏନ୍ ପଟେଲଙ୍କ ନେତୃତ୍ୱରେ ଏହି ବେଂଚ ଭିଡିଓ କନଫରେନ୍ସିଂ ଶୁଣାଣି ପରେ ୧୨ ଜୁନରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛି ।ଶୁଣାଣି ସମୟରେ ଆବେଦନକାରୀ ତଥା ଓକିଲ ନାବିଲା ହାସନ ଦିଲ୍ଲୀ ପୋଲିସ୍ ଆଫିଡେଭିଟ୍ କାଉଂଟର ଆଫିଡେଭିଟ୍ ଦାଖଲ କରିବାକୁ କୋର୍ଟଙ୍କ ଠାରୁ ସମୟ ମାଗିଥିଲେ । ଏହା ପରେ କୋର୍ଟ ଜୁନ୍ ୧୨ ପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ପୋଲିସ କହିଛି ଯେ ଜାମିଆ ହିଂସା ଏକ ସୁଚିନ୍ତିତ ଯୋଜନା ରେ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ଜାମିଆ ହିଂସା ଘଟଣାର ଅନୁସନ୍ଧାନରେ ବୈଦ୍ୟୁତିକ ପ୍ରମାଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଛାତ୍ର ଆନ୍ଦୋଳନ ନାମରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ହିଂସା କରାଯାଇଥିଲା । ଦିଲ୍ଲୀ ପୋଲିସ କହିଛି ଯେ ୧୩ଏବଂ ୧୫ ଡିସେମ୍ବର ରେ ହିଂସା ମାମଲାରେ ତିନୋଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଏହି ହିଂସାରେ ପଥର, ବାଡି, ପେଟ୍ରୋଲ ବୋମା, ଟ୍ୟୁବେଲାଇଟ୍ ଇତ୍ୟାଦି ବ୍ୟବହାର କରାଯାଇଥିଲା । ଏହି ଘଟଣାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।