ବେତନଟୀ : ଆଜି ବଡସାହିର ଯୁବ ବିଧାୟକ ସନାତନ ବିଜୁଳି ବେତନଟୀର ଯାତ୍ରୀବାହୀ ଅଟୋ, ଡଲା ଅଟୋ ଡ୍ରାଇଭର ଓ ମାଲିକ ମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ବେତନଟୀ ଏମପିସି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏହି ଅଟୋ ଗୁଡିକ ନିଜ ନିଜର ଯାନକୁ ଅର୍ଦ୍ଧବୃତ୍ତକାର ଭାବେ ରଖି ନିଜ ନିଜର ଅଟୋ ସମ୍ମୁଖରେ ଛିଡା ହୋଇ ରହି ଥିଲେ । ବିଧାୟକ ପହଞ୍ଚିବା ପରେ ସେମାନଙ୍କୁ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଥିଲେ । କରୋନା ଲକଡାଉନ ସମୟରେ ଅଟୋ ଚାଳକ ମାନଙ୍କର ପେଟପାଟଣା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । କେତେକ ଅଟୋ ଚାଳକ ଓ ମାଲିକ ମାନେ ଋଣ କରି ଅଟୋ ସବୁ କିଣି ଚଳାଉ ଥିଲେ ।
ହେଲେ କରୋନା ପ୍ରତିବନ୍ଧକ ହେତୁ ଋଣ ସୁଝା ଯାଇ ପାରି ନାହିଁ । ଗ୍ରାମୀଣ ଅଞ୍ଚଳରେ ବସବାସ କରୁ ଥିବା ଅଟୋ ଚାଳକ ମାନେ ରାତ୍ରୀଭିତିରେ ନିଜର ଜୀବନକୁ ବାଜି ଲଗାଇ ଦୁସ୍ଥ, ରୋଗାଗ୍ରସ୍ତ, ପୀଡିତ ଓ ଚାପଗ୍ରସ୍ତ ଲୋକ ମାନଙ୍କୁ ପରିବହନ କରି ଥାଆନ୍ତି ଏହା ଅତ୍ୟନ୍ତ ପ୍ରଶଂସନୀୟ ବିଷୟ ବୋଲି ବିଧାୟକ କହି ଥିଲେ । ସବୁ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ଉପରେ ବିଧାୟକ ବୁଝାଇ ଥିଲେ । ବିଧାୟକଙ୍କ ସହାୟତାକୁ ଅଟୋ ଚାଳକ ସଂଘ ତରଫରୁ ସ୍ୱାଗତଃ କରା ଯାଇ ଥିଲା । ବେତନଟୀ ବ୍ଲକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଅଟୋ ଚାଳକ ଭାଈ ମାନଙ୍କୁ ଏକତ୍ରିତ କରା ଯାଇ ଥିଲା ।
ଏହି କାର୍ଯ୍ୟକ୍ରମରେ ବେତନଟୀ ବ୍ୟବସାୟୀ ସଂଘର ସୁନୀଲ କୁମାର ଖଣ୍ଡେଲୱାଲା, ରାଜୁ ଶର୍ମା, ମଦନ ବିନ୍ଧାଣୀ, ଓକିଲ ସଂଘର ପ୍ରବୀର କ୍ୁମାର ବାରିକ, ଦୀପକ ଖଣ୍ଡେଲୱାଲା, ସାମ୍ବାଦିକ ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି, ଉପସଭାପତି ସର୍ବେଶ୍ୱର ମହାନ୍ତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସମ୍ପାଦକ ଗତିକୃଷ୍ଣ ମହାନ୍ତ, ସାମ୍ବାଦିକ କମଳଲୋଚନ କର, ଉଦିତ କୁମାର ପରିଡା, ଜାତୀୟ ଦିବସ ପାଳନ କମିଟୀର ସମ୍ପାଦକ ପ୍ରଶାନ୍ତ ନାଥ, ଆମ୍ଭେ-୮୩ର ସାଧାରଣ ସମ୍ପାଦକ ଆଡଭୋକେଟ ସଞ୍ଜୟ କୁମାର ଭୂୟାଁ, ଏକାଠି-୮୯ର ସମ୍ପାଦକ ତପନ କୁମାର ପରିଡା, ରଞ୍ଜନ କୁମାର ବଳବନ୍ତରାୟ, ବିଜେପି ଦଳର ତପନ କୁମାର ନାୟକ, ସଞ୍ଜୟ କୁମାର ବେହେରା, ମନୋରଞ୍ଜନ ରାଉତ, ଅଜୟ କୁମାର ବେହେରା, ହିମାଂଶୁ କବାଟ, ମୀନା ମହାନ୍ତ, କୁନା ମହାନ୍ତ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିଲେ ।