ବର୍ତମାନ ବିଶ୍ୱରେ ଅନେକ ଦେଶରେ କରୋନା ମହାମାରୀ ର ପ୍ରକୋପ ଖୁବ ଅଧିକ ବୃଦ୍ଧି ପାଇବାରେ ଲାଗିଛି, ଭାରତରେ ମଧ୍ୟ ଏହି ଭାଇରସ ର ନୂଆ ଭାରୀଏଣ୍ଟ ର ମାମଲା ଅଧିକ ବୃଦ୍ଧି ପାଇବାରେ ଲାଗିଛି, ଏହାଛଡା ଏହି ଭାଇରସ ଦ୍ୱାରା ମଧ୍ୟ ଅନେକ ବ୍ୟକ୍ତି ମୃତ୍ୟୁର ସମୁଖୀନ ମଧ୍ୟ ହେଉଛନ୍ତି l କିନ୍ତୁ ବର୍ତମାନ ର କରୋନା ଭାଇରସ ଦ୍ୱାରା କେଉଁ ବ୍ୟକ୍ତି ମାନଙ୍କର ମୃତ୍ୟୁ ହେଉଛି ଜାଣି ରଖିବା ଜରୁରୀ l
କୋଭିଡ -19 ଦ୍ୱାରା କେଉଁ ଲୋକ ମାନଙ୍କ ପାଇଁ ଅଧିକ ବିପଦ ରହିଥାଏ ? –
WHO ର ନୂଆ ରିସର୍ଚ୍ଚ ଅନୁସାରେ କୋଭିଡ -19 ଦ୍ୱାରା କିଛି ଲୋକଙ୍କ ପାଇଁ ଅଧିକ ବିପଦ ରହିଥାଏ , ବିଶେଷ ଭାବରେ ୬୦ ବର୍ଷରୁ ଉର୍ଧ୍ଵ ବୟସର ବ୍ୟକ୍ତିମାନଙ୍କ ପାଇଁ ବିପଦ ହୋଇଥାଏ , ୨୦୨୦ ରେ ଚୀନ ରୁ ୪୪ ହଜାର ମାମଲା କୁ ନେଇ ରିସର୍ଚ୍ଚ ହୋଇଥିଲା, ଏଥିରେ ଜଣାପଡି ଥିଲା ଏଥିରେ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ପୀଡିତ ହେଉଥିଲେ l
ପୂର୍ବରୁ ପୀଡିତ ଥିବା ରୋଗରେ ଅଧିକ ପ୍ରଭାବିତ ହୋଇ ଥାଆନ୍ତି ଅଧିକ –
WHO ର ସୂଚନା ଅନୁସାରେ ପ୍ରଥମରୁ ହେଲଥ ଇସ୍ୟୁଜ ଥିବା ଲୋକେ କୋଭିଡ -19 ଦ୍ୱାରା ମୃତ୍ୟୁ ବିପଦରେ ପଡି ଥାଆନ୍ତି, ICMR ର ଗାଇଡ଼ ଲାଇନ୍ସ ଅନୁସାରେ ଡ଼ାଈବିଟିଜ ରୋଗୀଙ୍କର ଯଦି ବ୍ଲଡ଼ ସୁଗାର ନିୟନ୍ତ୍ରଣ ହୋଇନଥାଏ ତେବେ କୋଭିଡ -19 ରେ ସେମାନଙ୍କ ଇମ୍ୟୁନିଟି ଦୁର୍ବଳ ହୋଇ ଯାଇଥାଏ ଏବଂ ମୃତ୍ୟୁ ମୁଖକୁ ଟାଣି ନେଇଥାଏ, ଏହାଛଡା ହାର୍ଟ ରୋଗରେ ପୀଡିତ ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ କୋଭିଡ ଭାଇରସ ର ଅଧିକ ପ୍ରଭାବ ଦେଖିବାକୁ ମିଳିଥାଏ , ଉଚ୍ଚ ରକ୍ତଚାପ ରେ ପୀଡିତ ବ୍ୟକ୍ତି ଙ୍କର କୋଭିଡ ରେ ସଂକ୍ରମିତ ହୋଇ ହାର୍ଟ ଫେଲିଅର ହେବାର ଅଧିକ ସମ୍ଭାବନା ରହିଥାଏ l ଟିବି ରୋଗରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ କୋଭିଡ ର ନୂଆ ଭାରୀଏଣ୍ଟ ଅଧିକ ପ୍ରଭାବ ପକାଇଥାଏ l
ଗୋଟିଏ ରିସର୍ଚ୍ଚ ଅନୁସାରେ ପୁରୁଷ ମାନଙ୍କ ନିକଟରେ କୋଭିଡ ରେ ମୃତ୍ୟୁର ସଂଖ୍ୟା ଅଧିକ ଦେଖାଯାଇ ଥାଏ ମହିଳା ଙ୍କ ତୁଳନାରେ, ଏହାର କାରଣ ହର୍ମୋନଲ ଡିଫରେନ୍ସ, ଏବଂ ପୁରୁଷ ମାନଙ୍କ ଧୁମ୍ରପାନ ଅଭ୍ୟାସ , ମାଦକ ଦ୍ରବ୍ୟ ଅଧିକ ସେବନ ମଧ୍ୟ ଗୋଟିଏ ବଡ଼ କାରଣ ଅଟେ l