Odisha news

ଦୁନିଆର ସବୁଠୁ କମ ଆୟୁ ର CA , ଗିନିଜ ବୁକ ଅଫ ୱାର୍ଲଡ ରେକର୍ତ୍ତ ରେ ନାମ ଦର୍ଜ

0
ନନ୍ଦିନୀ ଅଗ୍ରୱାଲ ଜଣେ ପରିଶ୍ରମୀ ଛାତ୍ରୀ ଓ ଏହି କାରଣରୁ ତାଙ୍କୁ କ୍ଲାସ ରେ ୨ଟି କ୍ଲାସ ଛାଡିବାର ମଉକା ମିଳିବାର, ପରିଣାମସ୍ୱରୂପ , ସେ ୧୩ ବର୍ଷ ଅୟୁରେ ଦଶମ ଶ୍ରେଣୀ ପାସ ଓ ୧୫ ବର୍ଷ ଅୟୁରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିଥିଲେ, ପିଲାଟି ଦିନରୁ ନନ୍ଦିନୀ ସବୁଠୁ କମ ଆୟୁର CA ହେବାର ଇଛା ରଖିଥିଲେ, ୨୦୨୧ ରେ ମାତ୍ର ୧୯ ବର୍ଷ ଅୟୁରେ ନନ୍ଦିନୀ CA ର ଫାଇନାଲ ପରୀକ୍ଷାରେ ବସିବାରେ ସମର୍ଥ ହୋଇଥିଲେ, CA ର ଫାଇନାଲ ପରୀକ୍ଷାରେ ୮୦୦ ରୁ ୬୧୪ ନମ୍ବର ରଖି ଅଲ -ଇଣ୍ଡିଆ ରିଆଙ୍କ 1 ରଖିଥିଲେ l
ଯେତେବେଳେ ତାଙ୍କର ରେଜଲ୍ଟ ଘୋଷଣା କରାଯାଇଥିଲା ସେତେବେଳେ ସେ ଠିକ ୧୯ ବର୍ଷ ଆୟୁର ହୋଇଥିଲେ, ଏବଂ ଯାହାଦ୍ୱାରା ସେ ସବୁଠୁ କମ ଆୟୁର ca ଭାବରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ରେ ନିଜ ନାମକୁ ଦର୍ଜ କରିଥିଲେ l ନନ୍ଦିନୀ ଙ୍କ ବଡ଼ ଭାଇ ତାଙ୍କର ଏହି ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେହି ସମୟ ରେ ତାଙ୍କ ସମୁଖ କୁ ଯେଉଁ ସବୁ ଆହ୍ୱାନ ଆସିଥିଲା ସେ ତାକୁ ଧର୍ଯ୍ୟ ର ସହିତ ନିଜ ଭାଇଙ୍କ ସହିତ ମୁକାବିଲା କରିଥିଲେ l ଯେଉଁଠି ନନ୍ଦିନୀ ପ୍ରଥମ ରିଆଙ୍କ ରଖିଥିଲେ ସେହି ସ୍ଥାନରେ ତାଙ୍କ ଭାଇ ୧୮ ତମ ସ୍ଥାନ ରଖିଥିଲେ l
Leave A Reply