ବ୍ୟାସନଗର: ଟାଟା ଷ୍ଟିଲ ପକ୍ଷରୁ ସୁକିନ୍ଦା ଭବନଠାରେ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ‘ଅରୁଣିମା’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଅରୁଣିମା କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଟାଟା ଷ୍ଟିଲର ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗନଗର କାର୍ଯ୍ୟକ୍ଷେତ୍ର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରୁଛି । ଯେଉଁଠାରେ ସେମାନଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଯାତ୍ରାରେ ସେମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଅରୁଣିମା ଅନ୍ତର୍ଗତ ଜ୍ୟୋତି ମେଧା ବୃତ୍ତି ନାମକ ଯୁବ ସମ୍ମିଳନୀ ଏବଂ ଜାନୁୟାରୀ ୩୧ ଓ ଫେବୃଆରୀ ୧ ତାରିଖ ଦିନ ଯଥାକ୍ରମେ କୃଷକମାନଙ୍କ ପାଇଁ କୃଷିଭିତ୍ତିିକ ସମ୍ମିଳନୀ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଆଜି ଜ୍ୟୋତି ମେଧା ବୃତ୍ତି ସହିତ ଅରୁଣିମା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା, ଯେଉଁଠାରେ ଓଡ଼ିଶାର ଆର୍ଥିକ ରୂପେ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତି ପରିବାରର ମୋଟ ୭୪୮ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ ସର୍ଭିସେସ୍ ବିଭାଗ ମହା ପ୍ରବନ୍ଧକ ଆର.ଆର. ଶତପଥୀ ଉଦ୍ଘାଟନ କରିଥିଲେ । ଶିକ୍ଷା ଏକ ବିରାଟ ପରିବର୍ତ୍ତନ ଆଣିପାରିବ ଓ ଶିକ୍ଷା ସହାୟତାରେ ବିକାଶ ଧାରାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଚଳିତ ବର୍ଷର ଅରୁଣିମା କାର୍ଯ୍ୟକ୍ରମ ‘ଜଳ କାର୍ଯ୍ୟ ଦଶନ୍ଧି’ ନାମକ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ । ସେହିପରି ଓଡ଼ିଶା ସିଏସ୍ଆର ବିଭାଗ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ କହିଥିଲେ ଯେ,”ଚଳିତ ବର୍ଷଠାରୁ ଆମେ ନିଜ କାର୍ଯ୍ୟକ୍ରମରେ କିଛିଟା ପରିବର୍ତ୍ତନ ଆଣିଛୁ ଓ ଜଳ ସମ୍ପର୍କିତ ମାମଲାରେ ଏକ ଠୋସ୍ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଉଛୁ । “ଗୋଷ୍ଠୀମାନଙ୍କୁ ଆଲୋଚନା ପାଇଁ ଏକତ୍ର କରିବା ସହିତ ଜଳ ସମ୍ପର୍କିତ ବିଭିନ୍ନ ମାମଲାର ଦୀର୍ଘସ୍ଥାୟୀ ସମାଧାନ ଆଣିବା ଆମର ମୁଖ୍ୟ ଲକ୍ଷ୍ୟ । ଜ୍ୟୋତି ମେଧା ବୃତ୍ତି ‘ଶିକ୍ଷା’ କ୍ଷେତ୍ରରେ ଥିବା ଅଭାବକୁ ପୁରଣ କରିବା ଦିଗରେ କମ୍ପାନୀର ଏକ ସକରାତ୍ମକ କାର୍ଯ୍ୟ ନୀତି । ଗତ ୩୦ ବର୍ଷ ହେଲା ଟାଟା ଷ୍ଟିଲ ପକ୍ଷରୁ ଅନୁସୂଚୀତ ଜାତି ଓ ଜନଜାତିର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମେଧା ବୃତ୍ତି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଚଳିତ ବର୍ଷ କଳିଙ୍ଗନଗରର ୩୩୯ ଓ ବ୍ରାହ୍ମଣୀପାଳର ୨୩୬ ଓ ସୁକିନ୍ଦାର ୧୭୩ଜଣ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ମେଧା ବୃତ୍ତି ପ୍ରଦାନ କରାଯାଇଛି । ଟାଟା ଷ୍ଟିଲ ଜନଜାତି ସାଂସ୍କୃତିକ ସମିତି ପକ୍ଷରୁ କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉକ୍ତ ବୃତ୍ତି ନିମନ୍ତେ ଚୟନ କରାଯାଇଥାଏ । ଯୁକ୍ତ ୩ ଶ୍ରେଣୀର ତୃତୀୟ ବର୍ଷର ଛାତ୍ର କାର୍ତ୍ତିକ ପାତ୍ର ଜ୍ୟୋତି ମେଧା ବୃତ୍ତି ମାଧ୍ୟମରେ ନିଜର ପାଠପଢା ଖର୍ଚ୍ଚ ବହନ କରୁଛନ୍ତି । ସେ ୮ମ ଶ୍ରେଣୀଠାରୁ ଜ୍ୟୋତି ମେଧା ବୃତ୍ତି ପାଇ ଆସୁଛନ୍ତି । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପିତା ମାତାଙ୍କ ସନ୍ତାନ କାର୍ତ୍ତିକ ଜ୍ୟୋତି ମେଧା ବୃତ୍ତିରୁ ମିଳୁଥିବା ସହାୟତା ରାଶି ଦ୍ୱାରା ନିଜ ପାଠପଢା ଜାରି ରଖିବା ସହିତ ନିଜ ପିତା ମାତାଙ୍କ ଜରୁରୀ ଚିକିତ୍ସାରେ ମ୍ମ ସହଯୋଗ କରିପାରୁଛନ୍ତି । ଏହି ଅବସରରେ ନଗଦ ରାଶି ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ମେଧା ପରୀକ୍ଷା ଅନ୍ତର୍ଗତ ୩ଟି ବିଭାଗର ୯ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମ୍ମ ସମ୍ମାନିତ କରାଯାଇଥିଲା । ଆଜି ଜ୍ୟୋତି ମେଧାବୃତ୍ତି ବାବଦରେ ମୋଟ ୪୬.୮୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜ୍ୟୋତି ମେଧା ବୃତ୍ତି ଅନ୍ତର୍ଗତ ୮ମ ଶ୍ରେଣୀ, ୯ମ ଓ ୧୦ମ ଶ୍ରେଣୀ, ଯୁକ୍ତ୨, ଉପସ୍ନାତକ, ଡିପ୍ଲୋମା ଓ ବିଟେକ୍, ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୩୭୫୦, ୪୫୦୦, ୮୫୦୦, ୮୫୦୦, ୧୦,୦୦୦ ଓ ୨୫,୦୦୦ ଟଙ୍କା ପ୍ରଦାନ କରାଯାଉଛି । ଏହି ଅବସରରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଉକôର୍ଷ ପ୍ରମାଣପତ୍ର ମ୍ମ ପ୍ରଦାନ କରାଯାଇଥିଲା ।