Odisha news

ମା’ ଦକ୍ଷିଣେଶ୍ୱରୀ ମନ୍ଦିରର ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ।

0

ବାଲିପାଟଣା,ବାଲିପାଟଣା ନିକଟସ୍ଥ ବିଶ୍ୱନାଥପୁର ଗ୍ରାମର ଆରାଧ୍ୟ ଦେବୀ ମା’ ଦକ୍ଷିଣେଶ୍ୱରୀ ମନ୍ଦିରର ୫ମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୨୯ ତାରିଖ ବୁଧବାର ଭକ୍ତମାନଙ୍କ ଗହଣରେ ଏକ ଭକ୍ତିପୂର୍ଣ୍ଣ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ଯଜ୍ଞ ଉତ୍ସବରେ ୨୭ ତାରଖରେ କଳସ ଯାତ୍ରାରୁ ଆରମ୍ଭ ହୋଇ ୨୯ ତାରିଖ ଅପରାହ୍ନରେ ପୂର୍ଣ୍ଣାହୁତୀ ରେ ଶେଷ ହୋଇଛି । ପୂର୍ଣ୍ଣାହୁତି ପରେ ସନ୍ଧ୍ୟାରେ ମା’ ଦକ୍ଷୀଣେଶ୍ୱରୀ ଉନ୍ନୟନ ପରିଷଦ ତରଫରୁ ମନ୍ଦିର ପ୍ରାଙ୍ଗଣରେ ଏକ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଏହି ଭଜନ ସମାରୋହରେ ପାର୍ଥସାରଥି ମହାନ୍ତିଙ୍କ ଭଜନ ମଣ୍ଡଳୀ ଖ୍ୟାତାନାମା କଳାକାର ମାନଙ୍କୁନେଇ ଭଜନ ପରିବେଷଣ କରିଥିଲେ । ସମସ୍ତ ଭକ୍ତବୃନ୍ଦଙ୍କ ପାଇଁ ପରିଷଦ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶେଷରେ ଭକ୍ତମାନେ ଭଜନ ଶୁଣି, ମା’ଙ୍କ କୃପାଲଭ ପୂର୍ବକ ପ୍ରସାଦ ସେବନ କରି ଘରକୁ ଫେରିଥିଲେ । ଏହି କାର୍ଯ୍ୟକ୍ରମକୁ ମା’ ଦକ୍ଷିଣେଶ୍ୱରୀ ଉନ୍ନୟନ ପରିଷଦର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଗଳାର ସହିତ ପରି•ଳନା କରିଥିଲେ ।

Leave A Reply

Your email address will not be published.