Odisha news

ଇଂରାଜୀ ଓଡିଆ ଦ୍ୱୀଭାଷୀ ଚଳଚ୍ଚିତ୍ର ଦି ଲାଷ୍ଟ ହେଲ୍ପ ଓ ଓଡିଆ ଚଳଚ୍ଚିତ୍ର କକୁକୁଲାର ଶୁଭମହୁରତ ଅନୁଷ୍ଠିତ

0

ବାରିପଦା: ପବିତ୍ର ଶ୍ରୀପଞ୍ଜମୀ ଅବସରରେ ଅମ୍ବିକା ମନ୍ଦିର ନିକଟରେ ଥିବା ତିନିକୋଣିଆ ବଗିଚାରେ ହରିବୋଲ ପ୍ରଡକ୍ସନର ପ୍ରଥମ ମନୋରଞ୍ଜନ ଧର୍ମୀ ଓଡିଆ ଚଳଚ୍ଚିତ୍ର “କକୁକୁଲା” ଏବଂ ପ୍ରଥମ ଇଂରାଜୀ ଓଡିଆ ଦ୍ୱୀଭାଷୀ ସମାନ୍ତରାଳ ଚଳଚ୍ଚିତ୍ର “ଦି ଲାଷ୍ଟ ହେଲ୍ପ” ଶୁଭମହୁରତ ଉସôବ ମହାସାମାରୋହରେ ଅନୁଷ୍ଠିତ ହୋଇଯାଇଛି । ଖୁସରି କଥା ଏଭଳି ଚିନ୍ତାଧାରାକୁ ନେଇ ମୟୂରଭଞ୍ଜ ଜିଲ୍ଲାର କୁସୁମଘାଟୀ, ଖୁଣ୍ଟା ନିବାସୀ ଉଦୀୟମାନ ଯୁବ ପ୍ରଯୋଜକ ହରିଶ୍ଚ ଚନ୍ଦ୍ର ବେହେରା ଚଳଚ୍ଚିତ୍ର ନିର୍ମାଣ ଦିଗରେ ଆଗେଇ ଆସିଛନ୍ତି । ଏହି ଦୁଇଟି ଯାକ ଚଳଚ୍ଚିତ୍ରରେ ସେ ପ୍ରଯୋଜକ ସାଜିଛନ୍ତି । କକୁକୁଲା ଚଳଚ୍ଚିତ୍ରର ନିଦେ୍ର୍ଦଶନା ଭାର ଯୁବନିଦେ୍ର୍ଦଶକ ସୁବ୍ରତ ପଟ୍ଟନାୟକ ଓ ଦି ଲାଷ୍ଟ ହେଲ୍ପ ଚଳଚ୍ଚିତ୍ର ନିଦେ୍ର୍ଦଶନା ଦାୟିତ୍ୱ ଚିନମୟ ଦାସପଟ୍ଟନାୟକ ସମ୍ଭାଳିଛନ୍ତି । ଉଭୟ ଚଳଚ୍ଚିତ୍ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଚିନମୟ ଦାସପଟ୍ଟନାୟକ ଲେଖିଥିବାବେଳେ କକୁକୁଲା ସଂଗୀତ ବୈଦ୍ୟନାଥ ଦାସ ଓ ଦି ଲାଷ୍ଟ ହେଲ୍ପ ସଂଗୀତ ଶାନ୍ତନୁ ଶତପଥୀ ରଚନା କରିଛନ୍ତି । ସମ୍ପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ ଏହି ଦୁଇଟି ଚଳଚ୍ଚିତ୍ରରେ ଓଲିଉଡର ଖ୍ୟାତିସମ୍ପର୍ଣ୍ଣ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ସାଙ୍ଗକୁ କିଛି ନୂତନ କଳାକାର ଅଭିନୟ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି । ଆଜିର ଶୁଭମହୁରତ ଉସôବରେ ବିଶିଷ୍ଟ ପ୍ରଯୋଜକ ପ୍ରଦୁ୍ୟମ୍ନ ଲେଙ୍କା, ବିଶିଷ୍ଟ ଅଭିନେତା ଜଜ୍ ତିଆଡୀ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, ଅସିତ ପତି, ପ୍ରଶାନ୍ତ ପତି, ମଳୟ ମିଶ୍ର, ସୁଶୀଲ ମିଶ୍ର, ଶୀବପୂଜା ପଣ୍ଡା, କ୍ୟାମେରା ମ୍ୟାନ ରଞ୍ଜନ ମିଶ୍ର, ବିଶିଷ୍ଟ ସଂଗୀତ ନିଦେ୍ର୍ଦଶକ ସରୋଜ ପଟ୍ଟନାୟକ, ଶାନ୍ତନୁ ଶତପଥୀ ଓ ସିନେତାରକା ସ୍ୱରାଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply