ପାରାଦ୍ୱୀପ , ସାଂପ୍ରତିକ ସ୍ଥିତିରେ ସାରା ରାଜ୍ୟରେ ବିଜେଡି ଦଳର ସାଂଗଠନିକ ନିର୍ବାଚନ ଚାଲିଛି । ଏହି କ୍ରମରେ ପାରାଦ୍ୱୀପ ବିଜେଡି ନଗର ପାଇଁ ସଭାପତି ଭାବେ ପୌରଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ଆଗାମୀ ୩ବର୍ଷ ପାଇଁ ନିର୍ବାଚିତ କରାଯାଇଛି । ପୂର୍ବରୁ ସୁମନ୍ତ ବିଶ୍ୱାଳ ଏହି ପଦବୀରେ ଦୀର୍ଘଦିନ ହେବ ରହିଥିଲେ । ଏନେଇ ବୁୁଧବାର ସଂନ୍ଧ୍ୟାରେ ପାରାଦ୍ୱୀପସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ଦଳର କର୍ମୀଙ୍କ ଗ୍ରହଣରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏହା ଘୋଷଣା କରିଥିଲେ । ଏହି ଘୋଷଣା ପରେ ବସନ୍ତ ଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ମାହୋଲ ଦେଖାଦେଇଛି । ଜଣେ ସୁସଂଗଠକ ଭାବେ ବସନ୍ତ ବେସ ଜଣାଶୁଣା । ତାଙ୍କର ପୌରାଧ୍ୟକ୍ଷ କାର୍ଯ୍ୟାକାଳ ମଧ୍ୟରେ ସେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରି ସମଗ୍ର ଓଡିଶା ର ସମସ୍ତ ପୌରପାଳିକା ମାନଙ୍କ ମଧ୍ୟରେ ପାରାଦ୍ୱୀପ ପୌରପାଳିକାକୁ ଏକ ଆଦର୍ଶ ପୌରପାଳିକା ରେ ପରିଗଣିତ କରାଇପାରିଛନ୍ତି ।